Pratidin TV

Odisha's Digital News Platform

ଯାଆଁଳା ଭାଇଙ୍କ ରହସ୍ୟମୟ ମୃତ୍ୟୁ ! ଆସିଥିଲେ ଏକାଠି ଚାଲିଗଲେ ଏକାଠି ..

1 min read

ଗୁଜୁରାଟ୍ : କଥାରେ କୁହନ୍ତିନି ଦଇବ ଲିଖନି କିଏ ଅବା ବଦଳାଇପାରିବ । ମଣିଷ ଜନ୍ମ ସମୟରେ ସ୍ୱଭାଗ୍ୟ ସହ ଦୁଃଭାଗ୍ୟକୁ ମଧ୍ୟ ସାଙ୍ଗରେ ନେଇ ଆସିଥାଏ । ସେହିଭଳି ଏକ ଦୁଭାଗ୍ୟକର ଘଟଣା ଘଟିଛି ନିକଟରେ । ଜନ୍ମବେଳେ ଦୁନିଆକୁ ଏକାଠି ଆସିଥିଲେ, ଗଲାବେଳେ ମଧ୍ୟ ଏକାଠି ଚାଲିଗଲେ ୨୬ ବର୍ଷର ଦୁଇ ଭାଇ । ପରସ୍ପର ଠାରୁ ୯୦୦ କିଲୋମିଟର ଦୂରରେ ଥାଇ ମଧ୍ୟ ଗୋଟିଏ ଦିନରେ ଚାଲି ଗଲେ ସାଙ୍ଗହୋଇ ।

ରାଜସ୍ଥାନର ବାରମେରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ୨୬ ବର୍ଷ ପୂର୍ବେ ଏକାଠି ଦୁନିଆକୁ ଆସିଥିଲେ । ଆଉ ଆଜି ଏକାଠି ଦୁନିଆ ଛାଡି ଚାଲି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମୃତ ଦୁଇ ଜଣ ହେଲେ ସୋହନ ସିଂହ ଓ ସୁମେର ସିଂହ । ଦୁଇ ଭାଇଙ୍କର ମୃତ୍ୟୁ ମଧ୍ୟ ସମାନ ପ୍ରକାରରେ ହୋଇଛି । ଦୁଇ ଜଣ ପରସ୍ପର ଠାରୁ ୯୦୦କିମି ଦୂରରେ ରହୁଥଲେ । ଜଣେ ଭାଇ ଛାତରୁ ଖସିପଡି ପ୍ରାଣ ହରାଇଥିବା ବେଳେ ଅନ୍ୟ ଭାଇ ପାଣି ଟ୍ୟାଙ୍କରେ ଖସି ପଡି ଜୀବନ ହାରିଛନ୍ତି । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଚାଲିଛି ।

Advertisement

ମୃତ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଭାଇ ଗୁଜରାଟର ଟେକ୍ସାଇଲ କମ୍ପାନୀରେ ଚାକିରି କରୁଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନରେ ଶିକ୍ଷକ ଥିଲେ । ବୁଧବାର ରାତିରେ ସୁମେର ସିଂହ ମୋବାଇଲରେ କଥା ହେଉଥିବା ବେଳେ ଛାତରୁ ଖସି ପଡିଥିଲେ । ଭାଇର ମୃତ୍ୟୁ ଖବର ଶୁଣି ସୋହନ ସିଂହ ବାରମେର ଆସିଥିଲେ । ତେବେ ପାଣି ଟ୍ୟାଙ୍କରେ ଖସିପଡି ଗୁରୁବାର ସକାଳେ ତାଙ୍କର ଜୀବନ ଯାଇଛି । ଏକାଠି ଦୁଇ ଯାଆଁଳା ଭାଇଙ୍କ ଅନ୍ତିମ ସଂସ୍କାର ହୋଇଛି । ଶୁକ୍ରବାର ଦିନ ପରିବାର ଲୋକେ ଦୁଇ ଭାଇଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ୨୬ ବର୍ଷ ପୂର୍ବେ ଦୁଇ ଭାଇ ଜନ୍ମଗ୍ରହଣ କରିଥିଲେ । ପାଠ ପଢା ସାରିବା ପରେ ଦୁହେଁ ଚାକିରି ପାଇଁ ଅଲଗା ଅଲଗା ରାଜ୍ୟରେ ରହୁଥିଲେ । ତେବେ ଦୁଇ ଭାଇଙ୍କର ଏକାଠି ମୃତ୍ୟୁ ହୋଇଥିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଦୁଇ ଦିନରେ ଦୁଇ ଭାଇଙ୍କର ମୃତ୍ୟୁୁ ଏକ ସଂଯୋଗ ହୋଇପାରେ ବୋଲି ସମସ୍ତେ ଭାବୁଛନ୍ତି ।

Leave a Reply

Your email address will not be published. Required fields are marked *