Pratidin TV

Odisha's Digital News Platform

ରାଜନୀତିରେ ରାଜୁ ଦାସ : ପୁଣିଥରେ ଘର ବାହୁଡ଼ିଲେ ରାଜେନ୍ଦ୍ର ଦାସ , ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ..

ପୁଣିଥରେ ଘର ବାହୁଡ଼ିଲେ ରାଜେନ୍ଦ୍ର ଦାସ । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ରାଜୁ ଦାସ । ପ୍ରଥମେ ସୋର ବିଧାନସଭାରୁ ଟିକେଟ୍ ପାଇଥିଲେ ପରେ ଦଳ ଡିଆଁ ପର୍ବରେ ସାମିଲ ହୋଇଥିବା ପର୍ଶୁରାମ ଧଡାଙ୍କୁ ଦଳ ଟିକେଟ୍ ଦେଇଛି। ଏହାପରେ ଅସନ୍ତୋଷ ପ୍ରକାଶ କରିଥିବା ରାଜୁ ଦାସ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଆଜି ଶଙ୍ଖ ଭବନରେ ଦଳକୁ ଫେରିଛନ୍ତି। ଆଉ ଦଳ ଭଦ୍ରକର ବିଭିନ୍ନ ଆସନରେ ଜିତିବ ସେଥିପାଇଁ ସେ ସମସ୍ତ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ରାଜୁ ଦାସ ଙ୍କୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା ଯେତେବେଳେ ଧାମନଗର ଉପନିର୍ବାଚନ ସମୟରେ ବିଜେଡି ତାଙ୍କୁ ଟିକେଟ୍ ନଦେବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ଏବେ ବିଧାନସଭା ନିର୍ବାଚନ ବେଳେ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କଠୁ ଦଳୀୟ ଟିକେଟ୍ ପ୍ରତ୍ୟାହାର କରି ବିଜେପି ତାଙ୍କୁ ପ୍ରତାରଣା କରିଥିଲା । ଏହାପରେ ଶେଷରେ ପୁଣିଥରେ ବିଜେଡିକୁ ଫେରିଥିଲେ । ଦଳରେ ଯୋଗଦେଇ କୋଣଠେସା ହୋଇ ରହିବା ସହ ଅବ୍ୟବସ୍ଥା ବାବଦରେ ବିଜେଡି ରେ ମିଶିବା ପରେ କହିଛନ୍ତି।ସେ କହିଛନ୍ତି, ଚଳିତ ନିର୍ବାଚନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ସବୁ ଆସନରେ ବିଜେଡି ଜିତିବ। ଦଳକୁ ଏଥିପାଇଁ ପ୍ରତିଶ୍ରୁତି ଦେଇଛି। ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ମୋର ସବୁ ସମୟରେ ସହଯୋଗ ରହିବ ବୋଲି ରାଜୁ ଦାସ ପ୍ରତିକ୍ରିୟାରେ କହିଥିଲେ ।

ଉଲ୍ଲେଖଯୋଗ୍ୟ, ଧାମନଗରରୁ ଏକଦା ବିଧାୟକ ହୋଇଥିଲେ ରାଜୁ ଦାସ। ଧାମନଗର ଉପନିର୍ବାଚନ ବେଳେ ବିଜେଡି ତାଙ୍କୁ ଟିକେଟ୍ ନଦେବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେପିରୁ ପ୍ରଥମେ ସୋର ବିଧାନସଭାରୁ ଟିକେଟ୍ ପାଇଥିଲେ ହେଲେ ଶେଷ ମୁହୂର୍ତ୍ତରେ ବିଜେପି ସୋର ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଶେଷରେ ଅସନ୍ତୋଷ ପ୍ରକାଶ କରି ରାଜୁ ଦାସ ବିଜେଡିରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *