Pratidin TV

Odisha's Digital News Platform

ରାଜେଶ ପାଟିଲଙ୍କର ସଂଘର୍ଷମୟ କାହାଣୀ , ପରିବା ବିକାଳିରୁ ବନିଗଲେ ବିଏମସି କମିଶନର …

1 min read

କୁହାଯାଏ ଚେଷ୍ଟା କରୁଥିବା ଲୋକ ହିଁ ଜୀବନରେ ସଫଳ ହୁଏ । ଆଉ ପରିଶ୍ରମ କରୁଥିବା ଲୋକ ହିଁ ସଫଳତା ପାଇଥାଏ । ଯଦି ତୁମେ ସଂଘର୍ଷ କରୁଛ ତାହେଲେ ସଫଳତା ନିଶ୍ଚୟ ପାଇବ । ଏହାର ବଡ ଉଦାହରଣ ପାଲଟିଛନ୍ତି ଭୁବନେଶ୍ୱର ମହାନଗର ନିଗମର ନୂତନ କମିଶନର ଭାବେ ଯୋଗ ଦେଇଥିବା ରାଜେଶ ପାଟିଲ । ତାଙ୍କ କାହାଣୀ ଶୁଣିଲେ ଆପଣ ବି ପ୍ରେରଣା ପାଇବେ । ଆଉ ଜାଣିପାରିବେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ତେବେ ଆସନ୍ତୁ ଜାଣିବା କିଏ ଏହି ରାଜେଶ ପାଟିଲ ? ଆଉ ତାଙ୍କର ସଫଳତାର କାହାଣୀ ।
ଦିନେ ସେ ପରିବାର ଚଳାଇବା ପାଇଁ ପରିବାବିକ୍ରି କରୁଥିଲେ । ହେଲେ ଏତେ ଅଭାବ ଭିତରେ ମଧ୍ୟ ସେ ସ୍ୱପ୍ନ ଦେଖିବା ଛାଡିନଥିଲେ । ଲଗାତାର କଠିନ୍ ପରିଶ୍ରମ, ଆଉ ଅଦମ୍ୟ ଇଚ୍ଛା ଶକ୍ତି ଆଜି ତାଙ୍କୁ ଦେଇଛି ବଡ ସଫଳତା ।


ଟଙ୍କା ଅଭାବରୁ ଅନ୍ୟମାନଙ୍କ ପରି ସେ କେବେ ପାଠପଢା ଛାଡି ନ ଥିଲେ । ଅତି କମ୍ ବୟସରୁ ନିଜ ପଢାଖର୍ଚ୍ଚ ଉଠାଇବା ପାଇଁ ଘରଘର ବୁଲି ପାଉଁରୁଟି ଓ ପରିବା ବିକ୍ରି କରୁଥିଲେ । ମହାରାଷ୍ଟ୍ରର ଖଣ୍ଡେଶ କ୍ଷେତ୍ର ସ୍ଥିତ ଏକ ଛୋଟ ଗାଁ ଜଲଗାଁରେ ଏକ ଗରିବ ପରିବାରରେ ରାଜେଶ ପାଟିଲ୍ ଜନ୍ମ ହୋଇଥିଲେ । ତାଙ୍କର ବାପାଙ୍କ ପାଖରେ ଖୁବ୍ କମ୍ ଜମି ଥିଲା ଯାହା ପରିବାରର ପେଟ ପୋଷିବା ପାଇଁ ସକ୍ଷମ ନ ଥିଲା । ପରିବାର ଚଳାଇବା ପାଇଁ ରାଜେଶଙ୍କ ମାଆ-ବାପା ଶ୍ରମିକ କାମ କରୁଥିଲେ । ବାପା-ମାଆଙ୍କ ଏପରି ସଂଘର୍ଷ ଦେଖି ରାଜେଶ ପିଲାଟି ବେଳରୁ ହିଁ ପାଠପଢା ସହ ସେମାନଙ୍କୁ ସାହାଯ୍ୟ କରୁଥିଲେ । ରାଜେଶ ପାଠପଢାରେ ଏତେ ଭଲ ଛାତ୍ର ନ ଥିଲେ । କିନ୍ତୁ କିଛି କରି ଦେଖେଇବାର ଝୁଙ୍କକୁ ଟଙ୍କାର ଅଭାବ ଫରକ୍ ପକାଇ ପାରି ନ ଥିଲା । ୧୦ମ ପରି +୨ରେ ମଧ୍ୟ ସେ ଭଲ ନମ୍ବର ରଖିଥିଲେ । ହେଲେ ଟଙ୍କା ଅଭାବରୁ ତାଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ମିଳି ନ ଥିଲା । ପରେ ଯୁକ୍ତ ତିନି ପଢିବା ପାଇଁ କଲେଜରେ ଆଡମିଶନ ତ କରିଦେଲେ ହେଲେ ଫି ଭରିବା ପାଇଁ ତାଙ୍କ ନିକଟରେ ଟଙ୍କାଟିଏ ବି ନ ଥିଲା ।

Advertisement

ଏଥିପାଇଁ ପଢାଖର୍ଚ୍ଚ ଉଠାଇବା ପାଇଁ କ୍ଷେତରେ ଚାଷ କରିଥିଲେ । ଦିନଯାକ କ୍ଷେତରେ ପରଶ୍ରମ କରି ମଧ୍ୟ ସଂଧ୍ୟାରେ ଆସି ସେ ପାଠ ପଢୁଥିଲେ । ତାଙ୍କ ପରିଶ୍ରମର ମୂଲ୍ୟ ସେତେବେଳେ ମିଳିଥିଲା ଯେତେବେଳେ ସେ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସ୍‌ରେ ଚାକିରି ପାଇଥିଲେ । ପିଲାଟି ବେଳେୁ ତାଙ୍କର ଆଇଏଏସ ହେବାର ନିଶା ଥିଲା । ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସରେ ଚାକିରି କରି ମଧ୍ୟ ସେ ଆଇଏଏସ ପାଇଁ ପ୍ରସ୍ତୁତି କରିଥିଲେ । ପରେ ସେ ଆଇଏଏସ ମଧ୍ୟ ହୋଇଥିଲେ । ତେବେ ଆଜି ସେ ଭୁବନେଶ୍ୱର ମହାନଗର ନିଗମର କମିଶନ ଭାବେ ନିଯୁକ୍ତି ପାଇଛନ୍ତି । ସତରେ ପରିଶ୍ରମର ଫଳ କେବେ ବୃଥା ଯାଏନି । କଷ୍ଟ କଲେ ନିଶ୍ଚୟ କୃଷ୍ଣ ମିଳନ୍ତି ।

Leave a Reply

Your email address will not be published. Required fields are marked *