Pratidin TV

Odisha's Digital News Platform

ଚେନ୍ନାଇରେ ଭୟଙ୍କର ବର୍ଷା , ରଜନୀକାନ୍ତଙ୍କ ଘରେ ପଶିଲା ପାଣି..

1 min read

ଚେନ୍ନାଇରେ ତାଣ୍ଡବ ରଚୁଛି   ବର୍ଷା ।ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ  ।ଏଥିରେ କେବଳ  ସାଧାରଣ ଲୋକ ନୁହନ୍ତି ସେଲିବ୍ରିଟିମାନେ ମଧ୍ୟ ଅନେକ ଅସୁବିଧାରେ ପଡିଛନ୍ତି।ସହରର ସବୁ ଜାଗାରେ ପାଣି ଭରି ରହିଛି। ଏହି ବର୍ଷା ଯୋଗୁଁ ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ତାଙ୍କର ବିଳାସପୂର୍ଣ୍ଣ ଘର ଚାରିପଟ ପାଣିରେ ଭାରି ରହିଛି।

ରଜନୀକାନ୍ତ ଚେନ୍ନାଇର ଏକ ବିଳାସପୂର୍ଣ୍ଣ ଅଞ୍ଚଳରେ ରୁହନ୍ତି। ସେ ରହୁଥିବା ଅଞ୍ଚଳରେ ବ୍ୟବସାୟୀଙ୍କ ସହ ଅନେକ ଲୋକପ୍ରିୟ ଲୋକ ମଧ୍ୟ ବସବାସ କରନ୍ତି। ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀମାନେ  ଉକ୍ତ ଅଞ୍ଚଳରେ ବର୍ଷାପାଣି ପ୍ରବେଶ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବର୍ଷା ପାଣି ବାହାର କରିବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ। କେବଳ ଏତିକି ନୁହେଁ, ରଜନୀକାନ୍ତଙ୍କ କର୍ମଚାରୀମାନେ ମଧ୍ୟ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେଉଛନ୍ତି। ରଜନୀକାନ୍ତଙ୍କ ସହ ଏହି ଅଞ୍ଚଳରେ ରହୁଥିବା ଅନେକ ଲୋକଙ୍କ ଘର ପାଣି ଘେରରେ ରହିଛି। ଯେଉଁଥିପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁୂଖୀନ ହେଉଛନ୍ତି।

Advertisement

Leave a Reply

Your email address will not be published. Required fields are marked *