Pratidin TV

Odisha's Digital News Platform

(ଭିଡିଓ)ନିଆରା ପରମ୍ପରା : ପୁଅଙ୍କୁ ବାଡିରେ ପିଟନ୍ତି ଝିଅ , ଏଠି ମାଡ ଖାଇଲେ ହୁଏ ଶୀଘ୍ର ବିବାହ

1 min read

ରାଜସ୍ଥାନ : ନିଆରା ପରମ୍ପରା । ପୁଅଙ୍କୁ ବାଡିରେ ପିଟନ୍ତି ଝିଅ । ମାଡ ଖାଇବା ପାଇଁ ବହୁ ଦୂରରୁ ଆସନ୍ତି ଅବିବାହିତ ପୁଅ । ରାଜସ୍ଥାନ ଯୋଧପୁରର ଭିତର ସହରରେ ମହିଳାମାନେ ହଠାତ୍ ପୁରୁଷଙ୍କୁ ପିଟିବା ଆରମ୍ଭ କଲେ । କେବଳ ଏତିକି ନୁହେଁ ମହିଳାମାନେ ପୁରୁଷମାନଙ୍କୁ ପିଟିବା ପରେ ଖୁସି ମଧ୍ୟ ଦେଖାଯାଉଥିଲେ । ଏହା ହେଉଛି ଯୋଧପୁରର ଐତିହାସିକ ଧିଙ୍ଗା ଗବର୍ ମେଳା । ଯେଉଁଠାରେ ମହିଳାମାନେ ମେଳା ଦିନ ଶାସନ କରନ୍ତି ।

ମହିଳାମାନେ ପୁରୁଷମାନଙ୍କୁ ବାଡ଼ିରେ ପିଟନ୍ତି । ମହିଳା ସଶକ୍ତିକରଣର ଏହି ଅନନ୍ୟ ଉଦାହରଣ ମାରୱାଡରେ ଦେଖାଯାଏ । ଏହି ମେଳାରେ ଯୋଧପୁରରେ ରାତି ୧୦ ଟା ସମୟରେ ମହିଳାମାନେ ବିଭିନ୍ନ ଛଦ୍ମବେଶରେ ରାସ୍ତାରେ ବାହାରିଥିଲେ । କିଛି ଡାକ୍ତର, କିଛି ସୈନିକ, କିଛି ପୋଲିସ୍, କିଛି ପୌରାଣିକ ବେଶ ହୋଇଗଲେ । ରାସ୍ତାରେ ସେ ଯେଉଁ ପୁରୁଷଙ୍କୁ ଭେଟନ୍ତି, ସେ ତାଙ୍କୁ ଏକ ବାଡ଼ିରେ ପିଟିଲେ ଏବଂ ମାଡ ଖାଇବା ପରେ ପୁରୁଷମାନେ ମଧ୍ୟ ବହୁତ ଖୁସି ହୁଅନ୍ତି । ବିଶେଷକରି ଯେଉଁ ପୁଅମାନେ ବିବାହ କରିନାହାଁନ୍ତି ସେମାନେ ଦୂରରୁ ମାଡ଼ି ଖାଇବାକୁ ଆସନ୍ତି । ମାଡ ଖାଇବା ପରେ ସେମାନେ ବିଶ୍ୱାସ କରନ୍ତି ଯେ ବର୍ତମାନ ସେମାନେ ଶୀଘ୍ର ବିବାହ କରିବେ ।

Advertisement

ଲୋକମାନେ ଉତ୍ସାହର ସହିତ ବର୍ଷସାରା ଅପେକ୍ଷା କରନ୍ତି ଏହି ମେଳାକୁ । ଏହି ମେଳା ମହିଳା ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ । ଚୈତ୍ର ମାସରେ ଏହି ମେଳା ପ୍ରତିବର୍ଷ ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *