Pratidin TV

Odisha's Digital News Platform

ଚଟାଣରେ ବସି ଦେଶୀ ଚିକେନ ଝୋଳ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ …

1 min read

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀ ଯାଜପୁରରେ ଏକ ଆଦିବାସୀ ପରିବାରରେ ଦେଶୀ ଚିକେନ କୁ ସାଲାଡ଼ ପାମ୍ପଡ ଖାଇବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଅତିଥିଭାବେ ତାଙ୍କୁ ଭାତ ସାଙ୍ଗକୁ ଦେଶୀ ଚିକେନ , ସାଲାଡ଼ , ଗୋଟି କଲରା ଭଜା ପାମ୍ପଡ଼ ଆହୁରି କେତେ କଣ ପରଷି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହୋଇବି ଚଟାଣରେ ବସି ଖାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଙ୍କୁ ନିଜ ପାଖରେ ପାଇ ନିଜକୁ ଧନ୍ୟ ମନେକରିଥିଲେ ଏହି ଆଦିବାସୀ ପରିବାର।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ । ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ା କେନ୍ଦୁଆଠାରେ ମନ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ଶନିବାର ଚଣ୍ଡିଖୋଲ ଡାକବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି। ଏଥିସହ କାର୍ଯ୍ୟକ୍ରମରେ ଜିଲାର ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଯୋଗଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *