Pratidin TV

Odisha's Digital News Platform

ପରଲୋକରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ : ପିଲାଦିନେ କରୁଥିଲେ ଏପରି କାମ ..

1 min read

ନୂଆଦିଲ୍ଲୀ : ୫୮ ବର୍ଷ ବୟସରେ ଆଖି ବୁଜିଲେ ବହୁ ଚର୍ଚ୍ଚିତ ହାସ୍ୟ ଅଭିନେତା । ରାଜୁ ଶ୍ରୀବାସ୍ତବ ୧୦.୨୦ ମିନିଟରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏନେଇ ପରିବାର ଲୋକ ସୂଚନା ଦେଇଛନ୍ତି । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଛି । ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୧୦ ତାରିଖରେ ମେଡିକାଲରେ ଭର୍ତି ହୋଇ ଦୀର୍ଘ ଦିନ ହେବ ଭେଂଟିଲେଟରରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଦୀର୍ଘ ୪୧ ଦିନ ପରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି । ହଠାତ୍ ଜିମରେ ୱାକ କରୁଥିବା ବେଳେ ସେ ଟଳି ପଡିଥିଲେ ।

୫୮ ବର୍ଷ ବୟସରେ ଦେହାନ୍ତ ହୋଇଥିବା ରାଜୁ ଶ୍ରୀବାସ୍ତବ ଜଣେ ହାସ୍ୟ ଅଭିନେତା ସହ ଭଲ ଅଭିନେତା ଥିଲେ । ଯେରିକି ମେନ୍ ପ୍ୟାର କିୟା, ବାଜିଗର, ବମ୍ବେ ଟୁ ଗୋଆ ଏବଂ ଅମଦାନୀ ଆଥାନି ଖର୍ଚା ରୂପେୟା ଭଳି ଫିଲ୍ମରେ ଅଭିନୟ କରିଥିଲେ । ୧୯୮୦ରୁ ସେ ଏହି ମନୋରଞ୍ଜନ ଦୁନିଆରେ ପ।ଦ ଦେଇଥିଲେ । ରାଜୁ ଶ୍ରୀବାସ୍ତବ ୨୦୦୫ ରେ ରିଆଲିଟି ଷ୍ଟାଣ୍ଡ ଅ୍ଫ୍ କମେଡି ଶୋ ’ଦି ଗ୍ରେଟ୍ ଇଣ୍ଡିଆନ୍ ଲାପଟର ଚ୍ୟାଲେଞ୍ଜର ପ୍ରଥମ ସିଜନରେ ଅଂଶଗ୍ରହଣ କରିବା ପରେ ଖ୍ୟାତି ଅର୍ଜନ କରିଥିଲେ ।

Advertisement

୧୯୬୩ ଡିସେମ୍ବର ୨୫ରେ ଉତ୍ତରପ୍ରଦେଶର କାନପୁରରେ ଏକ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ରାଜୁ। ତାଙ୍କ ପିତା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ କବି ଥିଲେ ଏବଂ ସେ ବାଲାଇ କାକା ଭାବରେ ଜଣାଶୁଣା ଥିଲେ । ରାଜୁ ଶ୍ରୀବାସ୍ତବ ପିଲାଦିନରୁ ଜଣେ ଭଲ ଅନୁକରଣ କରୁଥିଲେ । ଗାଁ ସାରା ବୁଲୁ ବୁଲି ସମସ୍ତଙ୍କ ନକଲ କରି ପିଲାଦିନେ ସେ ସଭିଙ୍କୁ ବହୁତ ହସାଇଥିଲେ । ଏଥିପାଇଁ ବାପାଙ୍କଠାରୁ ମାଡଗାଳି ମଧ୍ୟ ଖାଇଥିଲେ । କିନ୍ତୁ ସେ ନିଜର ଏହି କଳାକୁ ମଉଳିଯିବାକୁ ଦେଇନଥିଲେ । ରାଜୁ ସର୍ବଦା ଜାଣିଥିଲେ ଯେ ସେ ବଡ ହୋଇ ଜଣେ ହାସ୍ୟ ଅଭିନେତା ହେବେ । ଆଉ ଲୋକମାନଙ୍କୁ ବହୁତ ହସାଇବେ ।

rajusrivastab family

ରାଜୁ ଶ୍ରୀବାସ୍ତବ ହିନ୍ଦୀ ଚଳଚ୍ଚିତ୍ରରେ ଛୋଟ ଭୂମିକା ଗ୍ରହଣ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ବିଗ୍ ବସ୍ ରେ ମଧ୍ୟ ଭାଗ ନେଇଥିଲେ । ସେ କମେଡି ଶୋ କମେଡି କା ମହା ମୁକାବାଲାରେ ମଧ୍ୟ ଭାଗ ନେଇଥିଲେ । ୨୦୧୩ ରେ, ହାସ୍ୟ ଅଭିନେତା ତାଙ୍କ ପତ୍ନୀଙ୍କ ସହ ‘ନଚ୍ ବଲିଏ’ ସିଜିନ ୬ରେ ବି ଅଂଶଗ୍ରହଣ କରିଥିଲେ । ସେ କିପିଲଙ୍କ ସହ କମେଡି ନାଇଟ୍ସରେ ମଧ୍ୟ ଅଭିନୟ କରିଛନ୍ତି ।ଏତତ୍ ବ୍ୟାତୀତ ରାଜୁ ଶ୍ରୀବାସ୍ତବ ୨୦୧୪ ମସିହାରେ ଲୋକ ସଭ ନିର୍ବାଚନରେ ମଧ୍ୟ ସମାଜବାଦୀ ପାର୍ଟିଦ୍ୱାର ନିର୍ବାଚିତ ହୋଇଥିଲେ କିନ୍ତୁ କିଛି ସ୍ଥାନୀୟ ପ୍ରତିଦ୍ୱନ୍ଦିଙ୍କ ପାଇଁ ସେ ବିଜେପିରେ ଆଜି ସାମିଲ ହୋଇଥିଲେ । ୧୯ମାର୍ଚ ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନର କାର୍ଯ୍ୟକ୍ରମର ଦାୟିତ୍ୱ ରାଜୁ ଶ୍ରୀବାସ୍ତବଙ୍କୁ ଦେଇଥିଲେ ।

Leave a Reply

Your email address will not be published. Required fields are marked *