Pratidin TV

Odisha's Digital News Platform

ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ, ବିଜେପି ଟିକେଟରେ କିଏ ଯିବେ ରାଜ୍ୟସଭା….

1 min read

ବିଜେଡ଼ିର ପୂର୍ବତନ ସାଂସଦ ମମତା ମହନ୍ତଙ୍କ ଇସ୍ତଫା ପରେ ସେହି ଆସନରେ ତାଙ୍କ ସ୍ଥାନରେ କିଏ ବସିବ ତାହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ହେଉଥିବା ବେଳେ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି | ୯ ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ଘୋଷଣା ହୋଇଥିବା ବେଳେ ଆଜିଠାରୁ ପାର୍ଥୀମାନେ ନମାନଙ୍କନ ପତ୍ର ଦାଖଲ କରିପାରିବେ |

ଅଗଷ୍ଟ ୨୧ ତାରିଖ ନମାନଙ୍କ ପତ୍ର ଦାଖଲ କରିବାର ଶେଷ ତାରିଖ ହୋଇଥିବା ବେଳେ ଅଗଷ୍ଟ ୨୭ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି | ସେହିପରି ସେପ୍ଟେମ୍ବର ୩ରେ ଭୋଟିଂ ହେବ ଏବଂ ସେହି ଦିନ ପ୍ରକାଶ ପାଇବ ଫଳାଫଳ | ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଦ୍ଧିବଧ ଭାବେ ସୂଚନା ଦିଆଯାଇଛି | ଓଡ଼ିଶାରେ ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମମତା ମହନ୍ତଙ୍କ ଇସ୍ତଫା ପରେ ଏହି ଆସନଟି ଖାଲି ପଡିଛି | ତେବେ ଓଡିଶାରୁ କିଏ ରାଜ୍ୟସଭା ଯିବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି | ରାଜ୍ୟସଭା ସାଂସଦ ରେସରେ ସବୁଠୁ ଆଗରେ ରହିଛନ୍ତି ବିଜେପିରେ ସାମିଲ ହୋଇଥିବା ମମତା ମହନ୍ତଙ୍କ ନାଁ | ଏହାସହ ରାଜ୍ୟ ବିଜେପି ସଂଭବାଃପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନାଁକୁ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି |

Advertisement

Leave a Reply

Your email address will not be published. Required fields are marked *