ବିଗିଡ଼ିଲା ରାକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା , ହସ୍ପିଟାଲରେ ହେଲେ ଭର୍ତ୍ତି ..
1 min readବିଗିଡ଼ିଲା ରାକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା । ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତ୍ରୀ । ବର୍ତ୍ତମାନ ରାଖୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ମାନେ ଚିନ୍ତିତ ହୋଇପଡିଛନ୍ତି । ମିଳିଥିବା ସୂଚନା ମୁତାବକ, ରାଖି ସାୱନ୍ତଙ୍କୁ ବର୍ତ୍ତମାନ ଜୁହୁର ‘କ୍ରିଟି କେୟାର ହସ୍ପିଟାଲ’ର ଏମ୍ରଜେନ୍ସି ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ହେଲେ ରାଖୀଙ୍କର ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡିନାହିଁ ।ମେଡିକାଲ୍ ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ । ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ୟ୍ୟନ୍ତ ରାଖୀ ହସ୍ପିଟାଲରେ ଆଡମିଟ୍ ହୋଇ ରହିବେ ବୋଲି କୁହାଯାଉଛି । ୧୪ ମଇରେ ରାଖୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସାଙ୍ଗମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାଖୀଙ୍କୁ ବର୍ତ୍ତମାନ କିଛି ଦିନ ପାଇଁ ବିଶ୍ରାମ ଆବଶ୍ୟକ ବୋଲି କୁହାଯାଉଛି । ରାଖୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତାଙ୍କ ପୂର୍ବତନ ସ୍ୱାମୀ ସୂଚନା ଦେଇଛନ୍ତି ।