Pratidin TV

Odisha's Digital News Platform

ପୁଣି ବିବାହ ବନ୍ଧନରେ ବାନ୍ଧି ହେଲେ ରାଖୀ ସାୱନ୍ତ ,ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ବୟଫ୍ରେଣ୍ଡ୍ଙ୍କୁ ବିବାହ କଲେ ଡ୍ରାମା କୁଇନ୍ । କୋର୍ଟରେ ବିବାହର ପ୍ରମାଣପତ୍ର ଧରିଥିବାର ଆସିଲେ ନଜର । ଫଟୋ ହେଉଛି ଭାଇରାଲ । ମନୋରଞ୍ଜନ ଜଗତର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ରାଖୀ ସାୱନ୍ତ ବୟଫ୍ରେଣ୍ଡ୍ ଆଦିଲଙ୍କୁ ବିବାହ କରିଥିବା ଚର୍ଚ୍ଚା ହେଉଛି । ଉଭୟଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଉଭୟ କୋର୍ଟରେ ବିବାହର ପ୍ରମାଣପତ୍ର ଧରିଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ରାଖୀ ସାୱନ୍ତ ଏବଂ ଆଦିଲ ଦୁରାନୀଙ୍କ କୋର୍ଟ ଚିତ୍ର ଅଧିକ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ଫଟୋରେ, ରାଖୀ ସାୱନ୍ତ ବିବାହ ଫଟୋ ଧଳା ଏବଂ ଗୋଲାପୀ ରଙ୍ଗର ଶରାରା ପିନ୍ଧିଥିବାର ନଜର ଆସିଛନ୍ତି । ରାଖୀ ତାଙ୍କ କପାଳରେ ଚୁନି ପକାଇଛନ୍ତି । ଯେତେବେଳେ କି ଆଦିଲ୍ ବ୍ଲାକ୍ ସାର୍ଟ ଏବଂ ଜିନ୍ସ ପିନ୍ଧିଥିବାର ଦେଖାଯାଇଥିଲା । ରାଖୀ ସାୱନ୍ତ ବିବାହ ପିକ୍ସର ଇଂଟରନେଟରେ ଭାଇରାଲ ହେଉଛି । ଗୋଟିଏ ଫଟୋରେ ରାଖୀ ଏବଂ ଆଦିଲ ସେମାନଙ୍କ ବେକରେ ପୁଷ୍ପମାଲ୍ୟ ଦେଇ ବିବାହ ପ୍ରମାଣପତ୍ର ଧରି ଠିଆ ହୋଇଛନ୍ତି । ଦ୍ୱିତୀୟ ଚିତ୍ରରେ ରାଖୀ ସାୱନ୍ତ ବିବାହ କାଗଜପତ୍ରରେ ଦସ୍ତଖତ କରୁଛନ୍ତି ଏବଂ ଆଦିଲ ତାଙ୍କ ସହ ବସିଛନ୍ତି । ଏବଂ ତୃତୀୟ ଫଟୋ ହେଉଛି ରାଖୀ ସାୱନ୍ତ ଏବଂ ଆଦିଲ ଦୁରାନୀଙ୍କ ବିବାହ ପ୍ରମାଣପତ୍ର ।

ରାଖୀ ସାୱନ୍ତ ତୃତୀୟ ବିବାହ କରିଛନ୍ତି । ରାଖୀ ସାୱନ୍ତ ଏହା ପୂର୍ବରୁ ୨୦୦୯ ରେ ହୋଇଥିବା ନିଜ ସ୍ୱୟମ୍ବରରେ ଜଣେ ଏନଆରଆଇ ଇଲେଶ୍ ପାରୁନ୍‌ଜେୱାଲା ସହ ନିର୍ବନ୍ଧ କରିଥିଲେ । କିନ୍ତୁ ତାହା ଅଧିକ ଦିନ ତିଷ୍ଠି ପାରିନଥିଲା । ଏହାପରେ ସେ ରିତେଶ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ରାଖୀ ଦୀର୍ଘ ଦିନ ଧରି ରିତେଶଙ୍କ ନାମରେ ସିନ୍ଦୁର ପିନ୍ଧିଥିଲେ, ତା’ପରେ ଡ୍ରାମା କୁଇନ ବିଗ୍ ବସ୍ ୧୫ରେ ରିତେଶଙ୍କ ଚେହେରା ଦେଖାଇଥିଲେ । ଶୋ ଛାଡିବା ପରେ ରାଖୀ ସାୱନ୍ତ ଏକ ବଡ ଖୁଲାସା କରିଛନ୍ତି ଯେ ତାଙ୍କ ସ୍ୱାମୀ ବିବାହିତ, ତେଣୁ ସେମାନଙ୍କର ବିବାହ ବୈଧ ନୁହେଁ ଏବଂ ତା’ପରେ ରାଖୀ ରିତେଶଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗିଥିଲେ । ରିତେଶଙ୍କ ପରେ ରାଖୀ ସାୱନ୍ତ ଆଦିଲଙ୍କୁ ଡେଟ କରୁଛନ୍ତି ଏବଂ ଭାଇରାଲ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ ଦୁହେଁ ବିବାହ କରିଛନ୍ତି ।

Leave a Reply

Your email address will not be published. Required fields are marked *