Pratidin TV

Odisha's Digital News Platform

ରାକ୍ଷୀଙ୍କୁ ଛାଡି ପୁଣି ଥରେ ବିବାହ କଲେ , ସ୍ୱାମୀ ଆଦିଲ୍..

1 min read

ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ରାକ୍ଷୀଙ୍କୁ ଧୋକା ଦେବା ପରେ ଏବେ ଲୁଚି ଲୁଚି ବିବାହ କରିଛନ୍ତି ଆଦିଲ୍ । ସୂଚନାରୁ ପ୍ରକାଶ ଯେ ଜୟପରୁର ବିଗ୍ ବସ୍ ଫେମ୍ ସୋମା ଖାନଙ୍କୁ ବିବାହ କରିଛନ୍ତି । ସମ୍ପୂର୍ଣ୍ଣ ନିରାଡମ୍ବରରେ ସେ ବିବାହ କରିଛନ୍ତି । ତେବେ ତାଙ୍କର ଏହି ବିବାହ ସାର୍ବଜନୀନ କରିବାକୁ ଚାହୁଁନାହାନ୍ତି ଆଦିଲ୍ । ସବା ଖାନଙ୍କ ଭଉଣୀ ହେଉଛନ୍ତି ସୋମା ଖାନ୍ । ଆଦିଲ୍ ଏବଂ ରାକ୍ଷୀଙ୍କ ସମ୍ପର୍କ ପାଇଁ ସେ ଆଗରୁ ବିବାଦରେ ରହି ଆସିଛନ୍ତି । ସେଥିପାଇଁ ସେ ତାଙ୍କ ବାହାଘର ବିଷୟରେ କାହାକୁ ସୂଚନା ଦେଇ ନାହାନ୍ତି । ସୋମା ତାଙ୍କ ଭଉଣୀ ସବା ଖାନଙ୍କ ସହ ବିଗ୍ ବସ୍ ୧୨ ର ଏକ ଅଂଶ ଥିଲେ ।

ତେବେ ଆଦିଲ୍ ଏବଂ ସୋମା ତାଙ୍କ ବିବାହକୁ ନେଇ କୋଣସି ମୁହଁ ଖୋଲି ନାହାଁନ୍ତି । ଆଦିଲ ଖାନ ଦୁରାନୀ ପୂର୍ବରୁ ରାକ୍ଷୀ ସାୱନ୍ତଙ୍କୁ ବିବାହ କରିଥିଲେ । ପ୍ରକାଶ ଥାଉକି, ଗତ ଆଦିଲଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ ରାକ୍ଷୀ । ଏହା ପରେ ଆଦିଲଙ୍କୁ ରାକ୍ଷୀଙ୍କ ବାସଭବନରୁ ଉଠାଇ ଫେବୃଆରୀ ୭, ୨୦୨୩ ରେ ଗିରଫ କରାଯାଇଥିଲା । ମିସୁରୁ ଜେଲରେ ପାଞ୍ଚ ମାସ କାରାଗାରରେ ରହିବା ପରେ ଆଦିଲ ବାହାରକୁ ଯାଇ ରାକ୍ଷୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ଏକ ସାକ୍ଷାତକାରରେ ସେ ରାଖୀଙ୍କ ଗର୍ଭପାତ ବିଷୟରେ କହିଥିଲେ ଏବଂ ଅଭିନେତ୍ରୀ ଗର୍ଭବତୀ ହୋଇପାରିବେ ନାହିଁ ବୋଲି କହିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ରାକ୍ଷୀଙ୍କ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଯାଇଛି । ଆଦିଲ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ରାକ୍ଷୀ ଯେତେବେଳେ ତାଙ୍କୁ ବିବାହ କରିଥିଲେ ଏହାପୂର୍ବରୁ ସେ ରିତେଶ ଙ୍କ ସହିତ ବିବାହ କରିଥିଲେ । ଦୁହେଁ ଏକାଠି ବିଗ୍ ବସ୍ ୧୫ରେ ପ୍ରବେଶ କରିଥିଲେ କିନ୍ତୁ ଶୋ’ର ଗ୍ରାଣ୍ଡ୍ ଫାଇନାଲ୍ ପରେ ଶୀଘ୍ର ଅଲଗା ହୋଇଥିଲେ । ଫେବୃଆରୀ ୨୦୨୨ ରେ, ରାକ୍ଷୀ ରିତେଶଙ୍କଠାରୁ ଅଲଗା ହେବା ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *