Pratidin TV

Odisha's Digital News Platform

ଦୁଇ ଦିନ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା ; ଭାଇର ଦୀର୍ଘାୟୁ ପାଇଁ ରାକ୍ଷୀ ବାନ୍ଧି ସମୟରେ ଜାପ କରନ୍ତୁ ଏହି ମନ୍ତ୍ର…

1 min read

ନୂଆଦିଲ୍ଲୀ : ଶ୍ରାବଣ ପୂର୍ଣ୍ଣିମା ତିଥିରେ ପାଳନ ହୋଇଥାଏ ପବିତ୍ର ରକ୍ଷା ବନ୍ଧନର ପର୍ବ । ରକ୍ଷାବନ୍ଧନକୁ ନେଇ ଅନେକ ପାରମ୍ପରିକ କିମ୍ବଦନ୍ତୀ ରହିଛି । ଭଉଣୀକୁ ଜୀବନ ସାରା ସୁରକ୍ଷା ଦେବା ସହ ବାହ୍ୟ ଶତ୍ରୂଙ୍କ ଠାରୁ ଆରମ୍ଭ କରି ଦୁଃଖ କଷ୍ଟ ଯନ୍ତ୍ରଣାରୁ ଦୂରେଇ ରଖିବା ପାଇଁ ଭଉଣୀକୁ ପ୍ରତିଶୂତି ଦେଇଥାଏ । ଆଉ ଏହି ପ୍ରତିଶୂତିର ମାନ୍ୟତା ସୂରୁପ ଭାଉଣୀ ଭାଇ ହାତରେ ରାକ୍ଷୀ ଭଳି ପବିତ୍ର ଧାଗା ବାନ୍ଧିଥାଏ । ଯାହାକୁ ଭାଇ ଏକ ପ୍ରଣ ବୋଲି ଭାବିଥାଏ । ସ୍ନେହ,ପ୍ରେମ,ଶ୍ରଦ୍ଧାର ପ୍ରତୀକ ସ୍ୱରୂପ ଭାଇ ହାତରେ ରକ୍ଷା ସୂତ୍ର ବାନ୍ଧି ଖୁସି ହୋଇଥାଏ ଭଉଣୀ । ଆଉ ଭଉଣୀ ମୁହଁର ସେଇ ହସ ଖୁସିକୁ ଜୀବନ ସାରା ଫିକା ପଡିବାକୁ ଦେବନି ବୋଲି ପ୍ରଣ ଖାଇଥାଏ ଭାଇ । ତେବେ ଏହି ବର୍ଷ ଭଦ୍ରା କାଳ ପଡୁଥିବାରୁ ଏଥର ରାକ୍ଷୀ ପୂର୍ଣ୍ଣିବା ୨ ଦିନ ଅର୍ଥାତ୍ ୩୦ ଅଗଷ୍ଟ ଓ ୩୧ ଅଗଷ୍ଟ ।

ତେବେ ଭାଇର ସୁଖ,ଶାନ୍ତି ଏବଂ ଦୀର୍ଘାୟୁ କାମନା କରିବା ପାଇଁ ରାକ୍ଷି ବାନ୍ଧିବା ସମୟରେ କିଛି ବିଧି ଆପଣାଇବା କଥା । ଅଯୋଧ୍ୟା ମୁଖ୍ୟ ପୂଜାରୀ ସତେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ ଭଉଣୀ ରାକ୍ଷୀ ବାନ୍ଧିବା ସମୟରେ ପୂଜା ଥାଳିକୁ ଠିକ୍ ଭାବରେ ସଜାଡିବା ଆବଶ୍ୟକ ଏଥିରେ ପୂଜା ଉପଯୋଗୀ ଜିନିଷ ସବୁ ସଜାଡି ରଖିବା ଏଚିତ୍ । ଏହା ଛଡା ରାକ୍ଷୀ ସବୁବେଳେ ଭାଇମାନଙ୍କର ଡାହାଣ ହାତରେ ବାନ୍ଧିବା ଉଚିତ୍ । ତେବେ ଏହି ରାକ୍ଷୀ ବାନ୍ଧିବା ସମୟରେ କିଛି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଭାଇମାନଙ୍କ ଆୟୁଷ ବଢିଥାଏ ବୋଲି କହିଛନ୍ତି ପୂଜାରୀ ସତେନ୍ଦ୍ର । ତେବେ ଚାଲନ୍ତୁ ଜାଣିବା କଣ ସେହି ମନ୍ତ୍ର ।
ମନ୍ତ୍ର-
ଓଁ ୟନ ବୁଦ୍ଧି ବଲି ରାଜା ଦାନବେନ୍ଦ୍ର ମହାବଲ
ତେବ ତ୍ୱାବାମପି ବନ୍ଧନାମି ରକ୍ଷା ଚଲ ମା ଚଲ

Advertisement

Leave a Reply

Your email address will not be published. Required fields are marked *