Pratidin TV

Odisha's Digital News Platform

ରାମାୟଣ କରିବେ ରାକୁଲପ୍ରୀତ , ପାଲଟିବେ ସୁପର୍ଣ୍ଣଖା

ଏବେ ସୁପର୍ଣ୍ଣଖା ପାଲଟିବେ ରାକୁଲପ୍ରୀତ । ସାଉଥ୍ ଇଣ୍ଡଷ୍ଟ୍ରିର ଡିଭା ବିୟୁଟି ଏବେ ରାମାୟଣର ସୁପର୍ଣ୍ଣଖା ହେବେ । ଯେଉଁ ଖବର ସାମ୍ନାକୁ ଆସିବା ଚାରିଆଡେ ଚର୍ଚ୍ଚା ଚାଲିଛି । ବଲିଉଡରେ ପୁଣି ଥରେ ନିର୍ମାଣ ହେବାକୁ ଯାଉଛି ରାମାୟଣ । ରାମଙ୍କ କଥା ଚରିତ କୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର ,ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ରାମାୟଣ ଏବେ ଖୁବ୍ ଚର୍ଚ୍ଚାରେ । ତେବେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଅନେକ ଅବିନେତା ଅଭିନେତ୍ରୀଙ୍କ ନାମ ପ୍ରକାଶ ପାଇଛି । ଶ୍ରୀ ରାମଙ୍କ ଭୂମିକାରେ ରଣବୀର କପୁର ଏବଂ ମାତା ସୀତାଙ୍କ ଭୂମିକା ପାଇଁ ସାଇ ପଲ୍ଲଭି ଚୂଡ଼ାନ୍ତ ହୋଇଛନ୍ତି ।

ସେହିପରି ହନୁମାନ ଭୂମିକାରେ ସନ୍ନି ଦେଓଲ, ଲାରା ଦତ୍ତ କୈକେୟୀ ଏବଂ ୟଶଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ । ଏଥି ସହିତ ବିଜୟ ସେଥୁପତି ମଧ୍ୟ ବିଭୀଷଣ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଖବର ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ଖବର ଅନୁଯାୟୀ ରାକୁଲପ୍ରୀତ ସିଂ ମଧ୍ୟ ଏହି ରାମାୟଣରେ ନଜର ଆସିବେ । ନିର୍ମାତାମାନେ ଅଭିନେତ୍ରୀଙ୍କ ସହିତ କଥା ହୋଇଛନ୍ତି । ନିର୍ମାତାମାନେ ରାମାୟଣରେ ସୁପର୍ଣ୍ଣଖା ଭୂମିକା ପାଇଁ ଅଭିନେତ୍ରୀଙ୍କ ଅଫର ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ସୁପର୍ଣ୍ଣଖା ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ତେବେ ନିର୍ମାତା ଓ ଅଭିନେତ୍ରୀଙ୍କ ଭିତରେ କଥାବାର୍ତ୍ତା ଚାଲିଛି । ତେବେ ୨୦୨୫ରେ ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତି ଚାଲିଛି ।

Leave a Reply

Your email address will not be published. Required fields are marked *