Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ରାମଲଲାଙ୍କ ବିଗ୍ରହ, କଳାରଙ୍ଗରେ ନିର୍ମିତ୍ତ ହୋଇଛି ରାମଲଲାଙ୍କ ମୂର୍ତ୍ତି , ୫୧ ଇଞ୍ଚ ରହିଛି ଉଚ୍ଚତା ..

ଜାନୁଆରୀ ୨୨ । ଇତିହାସରେ ମୁକସାକ୍ଷୀ ହୋଇ ରହିବାକୁ ଯାଉଛି ଏହି ଦିନ । ଏହି ମହାର୍ଘ ମୁହୂର୍ତ୍ତକୁ ରହିଛି ସମସ୍ତଙ୍କର ଅପେକ୍ଷା । କାରଣ ଏହିଦିନ ହେବ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା । ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବାକୁ ଯାଉଛି । ପୁରା ହେବାକୁ ଯାଉଛି ଦେଶବାସୀଙ୍କ ସ୍ୱପ୍ନ । ଏବେ ରାମ ମନ୍ଦିରରେ ରାମଲଲା ଦେବେ ଦର୍ଶନ । ପୁରା ଦେଶବାସୀ ଚାହିଁ ରହିଛନ୍ତି ରାମଲଲାଙ୍କର ଶ୍ରୀମୁଖ ଦର୍ଶନ ପାଇଁ । ଆଉ ନିଜର ଭଗବାନଙ୍କର ସେହି ଅପରୂପ ଚିତ୍ରକୁ ନିଜ ହୃଦୟରେ ଆଙ୍କି ସାରିଲେଣି ଭକ୍ତମାନେ । ଭଗବାନଙ୍କ ସେହି ବାଳ ରୁପକୁ ଦେଖିବାପାଇଁ ସମସ୍ତଙ୍କ ମନରେ ବେଶ ଉତ୍କଣ୍ଠା ।

ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଛି ରାମଲଲାଙ୍କ ବିଗ୍ରହ । କଳା ରଙ୍ଗର ପଥରରେ ରାମଲଲାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ତେଣୁ କଳାରଙ୍ଗରେ ରାମଲାଲାଙ୍କ ମୂତ୍ତି ଗର୍ଭଗୃହରେ ପୂଜା ପାଇବ । ୫୧ଇଞ୍ଚ ରହିବ ମୂର୍ତିର ଉଚ୍ଚତା । ତେବେ ରମଲଲାଙ୍କର ଏହି କଲାରଙ୍ଗର ମୂତ୍ତି ବେଶ ଆକର୍ଷଣୀୟ ଅତ୍ୟାନ୍ତ ମନୋରମ ହୋଇଛି । ରାମଲଲାଙ୍କର ପ୍ରାଣପ୍ରତିଷ୍ଠା ଦିନ ଏହି ମୂତ୍ତିକୁ ଗର୍ଭଗୃହରେ ପ୍ରତିଷ୍ଠା କରାଯିବ ।

Leave a Reply

Your email address will not be published. Required fields are marked *