Pratidin TV

Odisha's Digital News Platform

ଜନ୍ମଦିନରେ ସୁନା-ରୁପାରେ ଖଚ୍ଚିତ ବସ୍ତ୍ର ପରିଧାନ କରିବେ ରାମଲଲା ..

ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ରାମ ମନ୍ଦିରରେ ଜନ୍ମଦିନ ପାଳନ କରିବେ ରାମଲଲା । ବିଶ୍ୱାସ ଅନୁଯାୟୀ ରାମନବମୀ ରେ ଭଗବାନ ବିଷ୍ଣୁଙ୍କ ମାନବ ଅବତାର ପ୍ରଭୁ ଶ୍ରୀରାମ ଏହି ଦିନ ଜନ୍ମ ନେଇଥିଲେ । ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ ଅର୍ଥାତ ରାମନବମୀ । ଏହି କାରଣରୁ ରାମ ମନ୍ଦିରରେ ରାମଲାଲାଙ୍କର ଜନ୍ମୋତ୍ସବର ଜୋରସୋର ପ୍ରସ୍ତୁତି କରାଯାଉଛି । ରାମନବମୀରେ ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ୫ ବର୍ଷୀୟ ରାମଲାଲାଙ୍କର ଜନ୍ମୋତ୍ସବ ପାଳନ କରାଯିବାର ପ୍ରସ୍ତୁତି କରାଯାଉଛି । ମନ୍ଦିରର ଜନ୍ମ ଭୂମି ରାସ୍ତାରେ ଥିବା ସ୍ୱାଗତ ଦ୍ୱାର ଠାରୁ ଆରମ୍ଭ କରି ଗର୍ଭଗୃହ ପର୍ଯ୍ୟନ୍ତ । ଆକର୍ଷଣୀୟ ଆଲୋକ ଓ ଫୁଲରେ ସବୁକିଛି ସଜା ଯାଉଛି । ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ମନ୍ଦିର ପରିସରରେ ପ୍ରସିଦ୍ଧ କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ସ୍ୱାଗତ ଗୀତର ମଧ୍ୟ ଆୟୋଜନର ଆରମ୍ଭ ହୋଇ ସାରିଛି ।

ରାମ ନବମୀ ଦିନ ଭୋର ୪ଟାରୁ ଭକ୍ତ ନିଜ ଆରାଧ୍ୟ ଦେବତା ରାମଲାଲାଙ୍କର ଦର୍ଶନ କରି ପାରିବେ । ରାତି ୧୧ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାମ ନବମୀରେ କେବଳ ଗୋଟିଏ ଦିନ ପାଇଁ ୧୯ ଘଣ୍ଟା ଦର୍ଶନ କରିବାର ଶ୍ରଦ୍ଧାଳୁ ସୁଯୋଗ ପାଇବେ । ଭୋର ୩ଟା ୩୦ରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ସହ ୪ଟାରେ ବେଶ ସହ ଦର୍ଶନ କରାଯିବ । ଏହାପରେ ଆଳତୀ ଭୋର ୫ଟାରେ ହେବ । ମାତ୍ର ଦିନ ଯାକ ପ୍ରଭୁଙ୍କର ପୋଷାକ ପରିବର୍ତ୍ତନ ଓ ଭୋଗ ସମୟରେ ପରଦା ରହିବ । ସକାଳ ୬ଟା ୩୦ ପରେ ଦର୍ଶନ ପୁଣି ଆରମ୍ଭ ହେବ । କେବଳ ଗୋଟିଏ ଦିନ ଏପ୍ରିଲ ୧୭ରେ ବିଶେଷ ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଛି । ଦିନ ମଧ୍ୟରେ ଭଗବାନଙ୍କ ନିକଟରେ ୫ ଥର ଭୋଗ ଅର୍ପଣ କରାଯିବ । ସକାଳ ୬ଟା ୩୦ରୁ ୯ଟା ମଧ୍ୟରେ ପ୍ରଥମେ ଭୋଗ ଅର୍ପଣ କରାଯିବ । ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ରାଜଭୋଗ ଅର୍ପଣ କରାଯିବ । ପୁଣି ୪ଟାରେ ନୈବେଦ୍ୟ ଏହାପରେ ପୁଣି ଶୟନ ପୂର୍ବରୁ ରାତ୍ରି ଭୋଜନ ଅର୍ପଣ କରାଯିବ ।

ଏହାସହ ମଧ୍ୟାହ୍ନ ୧୨ଟା ପୂର୍ବରୁ ରାମଲାଲାଙ୍କର ଜନ୍ମୋତ୍ସବରେ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରାଯିବ । ଏହାପରେ ସ୍ଥିର ହୋଇଥିବା ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ।ରାମ ନବମୀରେ ଅଯୋଧ୍ୟାରେ ହଳଦିଆ ବସ୍ତ୍ର ଧାରଣ କରିବେ ପ୍ରଭୁ ରାମଲାଲା । ସିଲକ କପଡାରେ ସୁନାଚାନ୍ଦିର କାର୍ଯ୍ୟ ବସ୍ତ୍ରରେ କରାଯାଇଛି । ଏହି ଦିନ ଭବ୍ୟ ଆୟୋଜନ କରାଯିବା ସହ ରାମଲାଲାଙ୍କର ସାଜସଜ୍ଜା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ରାମନବମୀରେ ରାମଲାଲା ଯେଉଁ ବସ୍ତ୍ର ଧାରଣ କରିବେ, ତାହା ଦିଲ୍ଲୀରୁ ପ୍ରସ୍ତୁତ ହୋଇ ଅଯୋଧ୍ୟା ନିଆଯାଉଛି । ଏହି ବସ୍ତ୍ରକୁ ରାମଲାଲାଙ୍କର ଡିଜାଇନର୍ ମନୀଷ ତ୍ରିପାଠୀ ତିଆରି କରିଛନ୍ତି । ପ୍ରାଣ ପ୍ରତିଷ୍ଠା ସମାରୋହରେ ମଧ୍ୟ ରାମଲାଲା ଯେଉଁ ବସ୍ତ୍ର ଧାରଣ କରିଥିଲେ, ତାହାକୁ ମନୀଷ ତିଆରି କରିଥିଲେ । ସେବେ ଠାରୁ ଆଜି ପର୍ଯ୍ୟନ୍ତ ନିୟମିତ ଯେଉଁ ବସ୍ତ୍ର ରାମଲାଲା ଧାରଣ କରୁଛନ୍ତି, ତାହାକୁ ମଧ୍ୟ ମନୀଷ ତ୍ରିପାଠୀ ତିଆରି କରି ଅଯୋଧ୍ୟା ପଠାଇ ଥାଆନ୍ତି ।

Leave a Reply

Your email address will not be published. Required fields are marked *