Pratidin TV

Odisha's Digital News Platform

(ଭିଡିଓ)ଏସିଆ କପ୍ ୨୦୨୩ ; ‘ରାମ ସିୟା ରାମ’ ଗୀତରେ କମ୍ପିଲା ଶ୍ରୀଲଙ୍କା ଷ୍ଟାଡିୟମ୍ …

1 min read

ନୂଆଦିଲ୍ଲୀ ; ପ୍ଟେପ୍ଟମ୍ବର ୨ ଶନିବାର ଦି ନ ଶ୍ରୀଲଙ୍କାର ପାଲେକେଲା ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମୁହଁମୁହିଁ ହୋଇଥିଲେ। ଏହି ଏସିଆ କପ୍‌ର ଜବରଦସ୍ତ ମ୍ୟାଚ୍‌କୁ ନେଇ କ୍ରୀଡା ପ୍ରେମୀମାନେ ଖୁବ ଉତ୍ସାହିତ ଥିଲେ । ଭାରତୀୟ ଇନିଂସର ୩୭ ତମ ଓଭରରେ ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରିଥିଲେ ସେହିସମୟରେ ଶ୍ରିଲଙ୍କା ପଡିଆରେ ଆଦିପୁରୁଷର ରାମ ସିୟା ରାମ ଗୀତରେ ପୁରା ଷ୍ଟାଡିୟମ କମ୍ପିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହାପରେ ଇଶାନ କିଶନ ଓ ହାର୍ଦ୍ଦିକଙ୍କ ଯୋଡି ଅନେକ ସମୟଧରି ପଡିଆରେ ମ୍ୟାଜିକ୍ ଦେଖାଇଥିଲା । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଳ ଦେଇ ଖେଳକୁ ଆଗେଇ ନେଇଥିଲେ ଉଇକେଟ୍ କିପର ଓ ବ୍ୟାଟର ଇଶାନ କିଶନ । ଫଳରେ ଭାରତ ଏକ ସମ୍ନାନୀୟ ସ୍କୋର କରିପାରିଥିଲା । ଶନିବାର ଭାତତ ପ୍ରଥମ ଟସ୍ ଜିତି ବ୍ୟାଟିଂ କରି ୪୮.୫ ଓଭରରେ ୨୬୬ ରନ୍ କରି ଅଲଆଉଟ୍ ହୋଇଥିଲା । କିନ୍ତୁ ପଡିଆରେ ଏମିତି କିଛି କ୍ଷଣ ଆସିଥିଲା ଯେଉଁଠି ଲାଗିଥିଲା ଯେ ଭାରତ ୧୫୦ ପାର କରିପାରିବ ନାହିଁ କିନ୍ତୁ ସେହି ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିଙ୍କ ଛକାରେ ଖୁସିହୋଇ ଡିଜେ ରାମ ସିୟା ରାମ ଗୀତଟିକୁ ବଜାଇଥିଲା । ଫଳରେ ଭାରତୀୟ ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇଯାଇଥିଲେ । ଏହା ସହ ଶ୍ରୀଲଙ୍କା ମଧ୍ୟ ରାମଙ୍କର ଏପରି ଗୀତକୁ ସମ୍ମାନଜଣାଇଥିଲା ।

https://twitter.com/i_saratendulkar/status/1697981409648934952

ତେବେ ର୍ଦ୍ଦିକ ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଚଳିତ ଏସିଆ କପରେ ପାକିସ୍ତାନକୁ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ୨୬୭ ରନର ଟାର୍ଗେଟ ଦେଇଥିଲା ଇଣ୍ଡିଆ । କିନ୍ତୁ ବର୍ଷା କାରଣରୁ ମ୍ୟାଚ୍ ଟିକୁ ବାତିଲ କରାଯାଇଥିଲା ।

Leave a Reply

Your email address will not be published. Required fields are marked *