Pratidin TV

Odisha's Digital News Platform

ଗରମରେ ସହିପାରୁନାହାଁନ୍ତି ରାମଲଲ୍ଲା , କରାଯାଉଛି ଶୀତଳ ଆଳତି ..

1 min read

ଅସହ୍ୟ ଗରମରେ ଛଟପଟ ଜନଜୀବନ । ହନ୍ତସନ୍ତ ହେଉଛଛନ୍ତି ଲୋକେ । ଦିନ ୧୧ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଘରୁ ବାହାରକୁ ବାହାରିବା ସମ୍ଭବ ହେଉନାହିଁ। ଭାରତରେ ଅନେକ ସ୍ଥାନରେ ତାପମାତ୍ରା କ୍ରମାଗତ ଭାବେ ୪୦ ଡିଗ୍ରି ଉପରେ ରହିଛି। ତେବେ ଏହାରି ମଧ୍ୟରେ  ଅଯୋଧ୍ୟାର ରାମ ମନ୍ଦିରରେ ଭଗବାନ ରାମଲଲ୍ଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ଏହି ଗରମକୁ ‌ଦୃଷ୍ଟିରେ ରଖି ଅ‌ଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଭଗବାନ ରାମଲଲ୍ଲାଙ୍କ ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ କରିଛନ୍ତି ।

କାରଣ , ରାମଲଲ୍ଲାଙ୍କ ବୟସ ୫ବର୍ଷ ରହିଛି। ଆମମାନଙ୍କୁ ଯେମିତି ଗରମ ହେଉଛି ତାଙ୍କୁ ବି ହେଉଥିବ। ସେଥିପାଇଁ ଖରାଦିନେ ଉତ୍ତାପରୁ ଓ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଭଗବାନଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି  କରାଯାଇଛି। କିଛିଦିନ ହେବ ଗରମରୁ ଆଶ୍ବସ୍ତି ମିଳିବା ଭଳି ଖାଦ୍ୟ ଭଗବାନଙ୍କୁ ଭୋଗ ଲଗାଯାଉଛି। ଏଥିସହିତ ଉତ୍ତାପରୁ ଆରାମ ମିଳୁଥିବା ଭଳି ପୋଷାକ ରାମଲଲ୍ଲାଙ୍କୁ ପରିଧାନ କରାଯାଉଛି। ଗରମକୁ ଧ୍ୟାନରେ ରଖି ରାମଲଲ୍ଲାଙ୍କୁ ପ୍ରତିଦିନ କଦଳୀ ଏବଂ ଫଳ ରସ ଭୋଗ ଲଗାଯାଉଛି। ଶୀତଳ ଆଳତୀ କରାଯିବା ସହିତ ସୂତା ପୋଷାକ ପିନ୍ଧିଯାଉଛି। ସକାଳେ ରାମଲଲ୍ଲାଙ୍କ ଆଳତୀ କେବଳ ଦୀପ ଦ୍ୱାରା କରାଯାଉଥିବା

Advertisement

ବେଳେ ବାକି ସମୟରେ ରୂପା ଥାଳିରେ ଫୁଲ ବିସ୍ତାର କରି ତାଙ୍କର ଆଳତୀ କରାଯାଉଛି। ପ୍ରଚଣ୍ଡ ଖରା ସତ୍ତ୍ବେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି। ଭଗବାନଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ବି ତାତିରୁ ରକ୍ଷା ପାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *