Pratidin TV

Odisha's Digital News Platform

‘୧ ଜାନୁଆରୀ ୨୦୨୪ ରେ ଖୋଲିବ ଅଯୋଧ୍ୟା ରାମ ମନ୍ଦିର’ – ଅମିତ୍ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ବଡ ବୟାନ – ଜାନୁଆରୀ ୧ , ୨୦୨୪ ରେ ଖୋଲିବ ରାମମନ୍ଦିର । ବର୍ତ୍ତମାନ ଏହା ନିର୍ମଣଧିନ ଅବସ୍ଥାରେ ରହିଛି । କିନ୍ତୁ ୨୦୨୪ ଆରମ୍ଭରେ ହିଁ ଏହା ସର୍ବସାଧରଣଙ୍କ ନିମନ୍ତେ ଖୋଲାଯିବ ବୋଲି ଶାହ ତ୍ରିପୁରାରେ ଘୋଷଣା କରିଛନ୍ତି ।

ଏହା ସହ ସେ କହିଛନ୍ତି ଯେ ରାମମନ୍ଦିର ବିଜେପି କର୍ମୀଙ୍କ ପାଇଁ ଏକ ମାଇଲଷ୍ଟୋନ ସାବସ୍ଥ୍ୟହେବ । ୨୦୨୪ରେ ଇଲେକ୍ସନ ଥିବା ବେଳେ ଏହାର ପ୍ରଥମ ଦିନରେ ରାମମନ୍ଦିର ଖୋଲାଯିବା ନିଶ୍ଚିତ ଭାବେ ବିଜେପି ପାଇଁ ଗେମ୍ ଚେଞ୍ଜର ହେବ ।
ତେବେ ଶହ ଆଉ ମଧ୍ୟ କହିଛନ୍ତି ଯେ କଂଗ୍ରେସ ରାମମନ୍ଦିର କାମକୁ କୋର୍ଟରେ ଲମ୍ବାଇଚାଲିଥିଲା । କିନ୍ତୁ ସୁପ୍ରିମକୋର୍ଟ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୁଭକାମର ସୁଭାରମ୍ଭ କରିଥିଲେ । ଯାହାର କାର୍ଯ୍ୟ ବର୍ତ୍ତମାନ ଜୋରସୋରରେ ଚାଲିଛି । ତେବେ ଏହାକୁ ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ନିର୍ମାଣ ଶେଷ କରି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯିବ ବୋଲି କହିଛନ୍ତି ଶାହ ।

ମଞ୍ଚଉପରେ ଶାହା ବିପକ୍ଷ ଦଳ କଂଗ୍ରେସର କିଛି ତାଛଲ୍ୟକର କଥାକୁ ମନେପକାଇଦେଇ କହିଥିଲେ ଯେ ୦୧୯ ସାଧାରଣ ନିର୍ବାଚନ ବେଳେ ମୁଁ ବିଜେପିର ଅଧ୍ୟକ୍ଷ ଥିଲି ଓ ରାହୁଲ ଗାନ୍ଧି କଂଗ୍ରେସର ସଭାପତି ଥିଲା। ରାହୁଲ ଗାନ୍ଧି ଆସୁଥିଲେ ଓ କହୁଥିଲେ ଯେ ମନ୍ଦିର ସେଠାରୁ କରିବୁ। କିନ୍ତୁ ତିଥି କହିବୁ ନାହିଁ ବୋଲି ମତ ଦେଇ ଆମକୁ ତାଚ୍ଛଲ୍ୟ କରୁଥିଲେ। ଏବେ ରାହୁଲ ଗାନ୍ଧି କାନ ଖୋଲି ଶୁଣି ନିଅନ୍ତୁ। ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖ ବେଳକୁ ଅଯୋଧ୍ୟାରେ ଆକାଶ ଚୁମ୍ବୀ ରାମ ମନ୍ଦିର ନିର୍ମାଣ କାମ ଶେଷ ହୋଇ ସାରିଥିବ।”

Leave a Reply

Your email address will not be published. Required fields are marked *