Pratidin TV

Odisha's Digital News Platform

ରାମ ମନ୍ଦିରକୁ ମୋବାଇଲ୍ ମନା ; VIP ବି ନେଇପାରିବେ ନାହିଁ ଫୋନ୍ , କଡା ନିୟମ ଲାଗୁ …..

ରାମ ମନ୍ଦିରରେ ବ୍ୟାନ୍ ହେଲା ମୋବାଇଲ୍ । ଏଥର ଭିଆଇପି ମ।ନେ ବି ନେଇପ।ରିବେ ନାହିଁ ମୋବାଇଲ୍ ଫୋନ୍ । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିବରରେ ମୋବାଇଲ୍ ବ୍ୟବହାର କରିବାକୁ ଉପରେ ବାରଣ କରାଯାଇଛି।

ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା। ଏବେ କିନ୍ତୁ ଭିଆଇପି ଓ ଭିଭିଆଇପିଙ୍କୁ ମଧ୍ୟ ବାରଣ କରାଯାଇଛି। ଶନିବାର ଠାରୁ ଏହି କଡ଼ା ନିୟମ ଲାଗୁ କରାଯାଇଛି। ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି, ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି। ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *