Pratidin TV

Odisha's Digital News Platform

ଆକାଶରେ ହେଉଛି ନିଆଁ ବର୍ଷା , ପରୀକ୍ଷା ଘୁଞ୍ଚାଇବାକୁ ଦାବି କଲେ ଛାତ୍ରୀ ..

1 min read

ଆକାଶରେ ହେଉଛି ନିଆଁ ବର୍ଷା । ଏପଟେ ଅସମ୍ଭାଳ ହେଉଛି ତାତି । ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ସକାଳ ୮ ଟାରୁ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ଏପରି ସ୍ଥିତିରେ ପିଲାମାନେ ପରୀକ୍ଷା ଦେବା ଅସମ୍ଭବ । ଏନେଇ ପିଲାମାନେ ପରୀକ୍ଷା ଘୁଞ୍ଚାଇ ଦେବାପାଇଁ ଦାବି କରିଥିଲେ । ହେଲେ ବିଶ୍ୱବିଦ୍ୟାଳୟ ତାଙ୍କ କଥା ଶୁଣିନଥିଲା ।

ଶେଷରେ ବାଧ୍ୟ ହୋଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ । ଯୁକ୍ତ ୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି ଛାତ୍ରୀ । ପ୍ରବଳ ଖରା ହେଉଥିବାରୁ ବିଶ୍ୱବିଦ୍ୟାଳୟ ଆସି ପରୀକ୍ଷା ଦେବା ସମ୍ଭବପର ନୁହଁ ବୋଲି ଦାବି ନେଇ ଆନ୍ଦୋଳନ କରିଛନ୍ତି । ଗତକାଲି କୁଳପତି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିବାବେଳେ ଆଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବସିଛନ୍ତି ଛାତ୍ରୀ । ସେପଟେ ଆସନ୍ତା ୩୦ ରୁ ମେ’ ୧୮ ତାରିଖ ଯାଏଁ ଚାଲିବ ଯୁକ୍ତ ୩ ପରୀକ୍ଷା । ହେଲେ ଏପଟେ ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *