Pratidin TV

Odisha's Digital News Platform

(ଭିଡିଓ) ତ୍ରୀକୋଣୀୟ ପ୍ରେଣ ନେଇଛି ଶୁଭଲକ୍ଷ୍ମୀଙ୍କ ଜୀବନ ! ଫିଟୁଛି ଛାତ୍ରୀଙ୍କ ମୃତ୍ୟୁ ଗୁମର ….

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ରମାଦେବୀ କଲେଜର ଯୁକ୍ତ ୨ (କଳା)ପ୍ରଥମ ବର୍ଷର ଛାତ୍ରୀ ଶୁଭଲକ୍ଷ୍ମୀଙ୍କର ଦୀପାଲି ବାରରେ ହୋଇଥିବା ମୃତ୍ୟୁ ଏକ ସନ୍ଦେହ ଘେରରେ ଘୂରି ବୁଲୁଥିବା ବେଳେ ସମୃକ୍ତ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଶୁଭଲକ୍ଷ୍ମୀଙ୍କ ପ୍ରେମିକ ସଞ୍ଜୟ ଲକ୍ଷ୍ମୀସାଗର ଥାନାରେ ହାଜର ହୋଇଛନ୍ତି । ଯାହା ପରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ପରଦା ହଟୁଛି । ସଞ୍ଜୟଙ୍କ କହିବା ଅନୁଯାୟୀ ଶୁଭଲକ୍ଷ୍ମୀ ଦୀପାଲି ବାରରେ ଜଣେ ବାର ଗର୍ଲ ଭାବେ କାର୍ଯ୍ୟ କରୁଥିଲେ ଯାହା ତାଙ୍କ ପରିବାରରକୁ ଅଜଣା ଥିଲା । ତେବେ ସେଠାରେ ହିଁ ଶୁଭଲକ୍ଷ୍ମୀ ଓ ସଞ୍ଜୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । କାରଣ ସଞ୍ଜୟ ମଧ୍ୟ ସେଠାରେ କାମ କରୁଥିଲେ । ତେବେ ସବୁ ଠିକ୍ ଠାକ୍ ଚାଲୁଥିବା ବେଳେ ହଠାତ୍ ଦୁହିଁଙ୍କ ପ୍ରେମରେ ତୃତୀୟ ବ୍ୟକ୍ତି ଅନିଲଙ୍କ ପାଇଁ ଉଭଙ୍କର ବ୍ରେକଅଫ୍ ହୋଇଥିଲା । ତେବେ ବ୍ରେକଅଫ୍‌ର ଠିକ୍ ୨୦ ଦିନ ପରେ ହିଁ ଦୀପାଲି ବାରରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ତେବେ ଶୁଭଲକ୍ଷ୍ମୀଙ୍କୁ ବାରକୁ ସେଦିନ କିଏ ଡାକିଥିଲେ ଅନିଲ ନା ସଞ୍ଜୟ ତାକୁ ନେଇ ତଦନ୍ତ କରୁଛି ପୋଲିସ ।

ତେବେ ଗତ ଶନିବାର ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଝିଅର ମୃତ୍ୟୁ ପରେ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତେବେ ରାଜଧାନୀରେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚିନ୍ତାରେ ଅବିଭାବକ ।

Leave a Reply

Your email address will not be published. Required fields are marked *