ବାଙ୍ଗଲୋର କ୍ୟାଫେ ବ୍ଲାଷ୍ଟ; ୮୬ମିନିଟରେ ରହସ୍ୟ…୧00 ମିଟର ପରେ ଗାଏବ ହୋଇଗଲେ ସନ୍ଦିଗ୍ଧ….
1 min readଉଠିଲା ପରଦା | ମିଳିଲା ବ୍ଲାଷ୍ଟ ପଛର ସତ୍ୟତା | ବ୍ୟାଗରେ ଥିଲା ବମ | ଗତକାଲି ଘଟିଥିବା ବାଙ୍ଗଲୋରର ଅତି ପ୍ରସିଦ୍ଧ ରାମେଶ୍ୱରମ କ୍ୟାଫେରେ ବିସ୍ଫୋରଣ ହୋଇଥିଲା | ଯେଉଁଥିରେ 4 ଜଣ ଆହତ ହୋଇଥିଲେ | ଏହିଁ ଆହତଙ୍କ ମଧ୍ୟରୁ ୩ ଜଣ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଏକ ଗ୍ରାହକ ଥିଲେ | କିନ୍ତୁ ମୁଖ୍ୟ ଖବର ହେଉଛି ବିସ୍ଫୋରଣ ହୋଇଥିଲା କିପରି | ସିସିଟିଭି ଦେଖିବା ପରେ ଜଣାପଡିଥିଲା କି ଗୋଟେ ଅଜଣା ବ୍ୟାଗରୁ ଏହି ବିସ୍ଫୋରଣ ହୋଇଛି | ଯାହାପରେ ଏହି ଘଟଣା ଉପରେ ଯାଞ୍ଚ କରିଥିଲା ପୋଲିସ | ଯାଞ୍ଚ ସମୟରେ ଆସିଥିଲା ସିସିଟିଭି ଫୁଟେଜ | ଯେଉଁଥିରେ ବିସ୍ଫୋରଣର କାରଣ ସାମ୍ନାକୁ ଆସିଥିଲା |
ଯାଞ୍ଚ ସମୟରେ ପ୍ରତ୍ୟେକ ଘଟଣାର ପ୍ରତ୍ୟେକ ଦିଗକୁ କାବୁ କରୁଥିବା ପୋଲିସ ତେବେ ୮୬ ମିନିଟ ସମୟର ରହସ୍ୟ ସାମ୍ନାକୁ ଆସିଛି। ବାସ୍ତବରେ କ୍ୟାଫେ ଭିତରକୁ ଅଭିଯୁକ୍ତର ଆସିବା, ନିଜ ପାଇଁ ଖାଇବା ଅର୍ଡର କରିବା, ସିଟରେ ବସିବା, ଆଉ ତା’ପରେ ଉଠିକି ଚାଲିଯିବା ପରେ ବିସ୍ଫୋରଣ ହେବା ଏହି ସବୁ ଘଟଣା ୮୬ ମିନିଟ ଭିତରେ ଘଟିଛି | ଏହି ସମୟ ସୀମାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସେଥିପାଇଁ ପୋଲିସ ଆଖପାଖ ସିସିଟିଭି ଫୁଟେଜ ମଧ୍ୟ ଚେକ କରିଥିଲା | ଯାହାଦ୍ୱାରା ସେ ଜାଣିପାରିବେ ଅଭିଜ୍ଙ୍କୁତ ଜଣକ କ୍ୟାଫେରୁ ବାହାରିବା ପରେ କୁଆଡେ ଯାଇଥିଲେ |
ଏପର୍ଯ୍ୟନ୍ତ ପୋଲିସ ଯାଞ୍ଚରୁ ଜଣାପଡିଥିଲା ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣକ କ୍ୟାଫେରୁ ବାହାରିବା ପରେ ତାଙ୍କୁ ୧00 ମିଟର ଦୂରତା ପର୍ଯ୍ୟନ୍ତ ସିସିଟିଭିରେ ଦେଖିବାକୁ ମିଳିଥିଲା | ହେଲେ ପରେ ମିଳିପାରିନଥିଲା ତାଙ୍କର ଖୋଜ ଖବର | ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଫୋନ ନମ୍ବର ଟ୍ରେସ କରୁଥିବାବେଳେ ବ୍ୟକ୍ତିଙ୍କ ନମ୍ବର ବନ୍ଦ ଆସିଥିଲା | ଏହି ସନ୍ଦିଗ୍ଧ ବ୍ୟକ୍ତି ତଥା ଅଭିଯୁକ୍ତଙ୍କ ପରିଚୟ ମିଳିସାରିଛି | ତାଙ୍କର ବୟସ ୨୮ ରୁ ୩0 ଭିତରେ ଥିବାର ଜଣାପଡିଛି |
ସିସିଟିଭି ଫୁଟେଜରେ ଦେଖିବାକୁ ଗଲେ, ଅଭିଯୁକ୍ତ ଜଣକ କ୍ୟାଫେ ଭିତରକୁ ଯିବା ପରେ କାଉଣ୍ଟରକୁ ଯାଉଛନ୍ତି ରାଭା-ଇଡ଼ଲି ଖାଇବା ଅର୍ଡର ଦେଇ କୁପନ ନେଇ ସିଟରେ ବସୁଛନ୍ତି ହେଲେ ସେ ନ ଖାଇ ସେଠାରେ ବ୍ୟାଗ ଛାଡି ପଳାଉଛନ୍ତି | ପରେ ସେ ବ୍ୟାଗରେ ଥିବା ବମରୁ ବିସ୍ଫୋରଣ ହେଉଛି |