Pratidin TV

Odisha's Digital News Platform

ରାମଲଲାଙ୍କ ସୂର୍ଯ୍ୟତିଲକ ପଛରେ ରହିଛି ଓଡିଆ ପୁଅର ହାତ , ଗଜପତିର ଏସ୍ କେ ପାଣିଗ୍ରାହୀଙ୍କର ଥିଲା ବଡ ଅବଦାନ ..

1 min read

ଚମତ୍କାର କରିଦେଲେ ଓଡିଆ ପୁଅ । ୫୦୦ ବର୍ଷର ଇତିହାସରେ ପ୍ରଥମଥର ରାମଲଲାଙ୍କର ହେଲା ସୂର୍ଯ୍ୟଭିଷେକ । ବିଶ୍ୱାସ ଏବଂ ବିଜ୍ଞାନ ସମନ୍ୱୟରେ ରାମନ୍ଦିରରେ ଦେଖିବାକୁ ମିଳିଲା ଅଭୂତ ଦୃଶ୍ୟ । ଆଜି ସାରା ବିଶ୍ୱ ଦେଖିଲା ଅଯୋଧ୍ୟା ବିରଳ ଦୃଶ୍ୟ । ଯେମିତି ଲାଗିଲା ସୂର୍ଯ୍ୟଦେବ ନିଜେ ଆସି ରାମଲଲାଙ୍କ ମସ୍ତକରେ କରିଛନ୍ତି । ଆଜି ସାରା ବିଶ୍ୱବାସୀ ରାମଲଲାଙ୍କ ଚମତ୍କାର ଆଉ ବିଜ୍ଞାନର ଏହି କରିସ୍ମାକୁ ବାଃ ବାଃ କରୁଛନ୍ତି । ବିଶ୍ୱର ପ୍ରଥମ ରାମ ମନ୍ଦିର ହେବ, ଯେଉଁଠାରେ ମହାପ୍ରଭୁ ରାମଚନ୍ଦ୍ରଙ୍କ ମସ୍ତକରେ ଶୋଭା ପାଇଛିସୂର୍ଯ୍ୟ ତିଳକ । ହେଲେ ଏହି ଅଲୌକିକ ଦୃଶ୍ୟ ପଛରେ ରହିଛି ଓଡିଆ ପୁଅର ହାତ ।

ଓଡିଆ ବୈଜ୍ଞାନିକ ସରୋଜ କୁମାୀର ପାଣିଗ୍ରାହୀ । ତାଙ୍କ ନେତୃତ୍ୱରେ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ଏକ ଟିମ୍ ରାମ ମନ୍ଦିରରେ ନିଆରା ‘ସୂର୍ଯ୍ୟ ତିଳକ’ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲଗାଯାଇଥିଲା । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିଥିଲା । ଆଉ ତାଙ୍କର ନିଆରା କୌଶଳ ଏବଂ ତାଙ୍କ ନେତୃତ୍ୱରେ ଆଜି ରାମ ନବମୀର ଶୁଭ ଅବକାସରେ ରାମ ଲାଲାଙ୍କ କପାଳରେ ସୂର୍ଯ୍ୟ କିରଣ ସ୍ପଟିକ ରୂପେ ଶୋଭା ପାଇଛନ୍ତି ।

Advertisement

ସରୋଜ କୁମାର ପ୍ରାଣିଗ୍ରାହୀ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୌରାଙ୍ଗ ପାଣିଗ୍ରାହୀ ଓ ହେମଲତା ପାଣିଗ୍ରାହୀଙ୍କ ସୁପୁତ୍ର । ନିଜ ଗାଁ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ । ସେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ରାଉରକେଲାର ରିଜିଓନାଲ ଇଞ୍ଜିନିୟରିଂ କଲେଜ (ଆରଇସି)ରୁ ଏମଟେକ୍ କରିଥିଲେ । ସରୋଜ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ରୁରକିରୁ ପିଏଚଡି କରିବା ପରେ ସିବିଆରଆଇରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି । ଆଜି ରାମ ଲଲାଙ୍କ ମସ୍ତକରେ ସୂର୍ଯ୍ୟାଭିଷେକ ହେବା ପରେ ଆଜି ସାରା ଓଡିଆଙ୍କ ମୁହଁରେ ତାଙ୍କର ଚର୍ଚ୍ଚା । ପ୍ରତ୍ୟକ ଓଡିଆ ତାଙ୍କ ପାଇଁ ଗର୍ବିତ ।

Leave a Reply

Your email address will not be published. Required fields are marked *