Pratidin TV

Odisha's Digital News Platform

ନୂଆ ନାମରେ ନାମିତ ହେଲା ଅଯୋଧ୍ୟା ରେଳ ଷ୍ଟେସନ…

1 min read

ବଦଳିଲା ଅଯୋଧ୍ୟା ରେଳ ରେଳ ଷ୍ଟେସନର ନାମ । ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଦିବସ ପୂର୍ବରୁ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି । ଷ୍ଟେସନର ନାମ ପୂର୍ବରୁ ଅଯୋଧ୍ୟା ଥିବା ବେଳେ ତାକୁ ଅଯୋଧ୍ୟା ଧାମ ଜଙ୍କସନ କରାଯାଇଛି । ଆସନ୍ତା ୩୦ ତାରିଖରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଷ୍ଟେସନର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସିଏମ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଜଙ୍କସନ ଯାଞ୍ଚ କରିଥିଲେ ।

ତେବେ ଉତ୍ତରପ୍ରଦେଶ ସରକାରଙ୍କ ସାଂସ୍କୃତିକ ନୀତି ଅନୁଯାୟୀ ସଂସ୍କୃତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ସହର ଓ ସ୍ଥାନଗୁଡ଼ିକର ନାମ ବଦଳାଯାଉଛି । ସିଏମ ଯୋଗୀ ଆଦିତ୍ୟନାଥ ଜଙ୍କସନର ନାମ ଧାମରେ ପରିବର୍ତ୍ତନ କରିବାକୁ ସେ ରେଳବାଇର ଉଚ୍ଚ ପଦାଧିକାରୀମାନଙ୍କୁ ଇଚ୍ଛା ଜଣାଇଥିଲେ । ବୁଧବାର ଦିନ ଅଯୋଧ୍ୟା ଜଙ୍କସନର ନାମ ଅଯୋଧ୍ୟା ଧାମରେ ପରିବର୍ତ୍ତନ କରାଯାଇଥିଲା । ତେବେ ନବୀକରଣ କରାଯାଇଥିବା ଏହି ରେଳ ଷ୍ଟେସନରେ ଯାତ୍ରୀ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଷ୍ଟେସନରେ ନୂଆ ସାଇନବୋର୍ଡ, ଏସ୍କାଲେଟର ବ୍ୟବସ୍ଥା କରାଯାଇଥିବା ବେଳେ ଷ୍ଟେସନ କାନ୍ଥ ମାନଙ୍କରେ ପ୍ରଭୁ ରାମଙ୍କ ଚିତ୍ର ଚିତ୍ରିତ କରାଯାଇଛି । ଏହା ବ୍ୟତୀତ ଷ୍ଟେସନରେ ଯାତ୍ରୀ ମାନଙ୍କ ପାଇଁ ଚିକିତ୍ସା ସୁବିଧା, ପର୍ଯ୍ୟଟକ ସୂଚନା କେନ୍ଦ୍ର ଏବଂ ଲିଫ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅପରପକ୍ଷେ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଲୋକଙ୍କ ସମାଗମ କୁ ଦୃଷ୍ଟିରେ ରଖି ପ୍ରସାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀ ଏବଂ ସିଏମ ଯୋଗୀ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ରେ ଅଯୋଧ୍ୟା ଜଙ୍କସନର ପୁନଃ ନିର୍ମାଣ ଷ୍ଟେସନର ଉଦଘାଟନ କରିବା ସହ ଅଯୋଧ୍ୟା ଦିଲ୍ଲୀ ବାନ୍ଦେ ଭରତ ଟ୍ରେନକୁ ଫ୍ଲାଗ ଦେଖାଇବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରେଳବାଇ ବ୍ୟାପକ ପ୍ରସ୍ତୁତି ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *