Pratidin TV

Odisha's Digital News Platform

ଖ୍ରୀଷ୍ଟମାସ ପରେ ନ୍ୟୁ ଇୟର ସେଲିବ୍ରେସନ ପାଇଁ ବିଦେଶ ଗଲେ ରଣବୀର ଆଲିଆ ଙ୍କ ସହ ଝିଅ ରାହା

1 min read

ବଲିଉଡର ଚର୍ଚ୍ଚିତ କପଲ ତାଲିକାରେ ଆସେ ରଣବୀର ଆଲିଆ ଙ୍କ ନାଁ ।2021ରେ ଉଭୟ ବିବାହ କରିଥିବା ବେଳେ ସେହି ବର୍ଷ ଏକ କନ୍ୟା ସନ୍ତାନ ମତ ପିତା ହୋଇଥିଲେ ଉଭୟ । ଯାହାର ନାଁ ରଖିଥିଲେ ରାହା । ତେବେ ୟା ଭିତରେ ବେବି ରାହା କୁ 1ବର୍ଷ ହୋଇଗଲାଣି କିନ୍ତୁ ତା ଚେହାର ଦେଖାଇ ନଥିଲେ ରଣବୀର ଆଲିଆ । ଗତକାଲି ଖ୍ରୀଷ୍ଟମାସ ଥିବା ବେଳେ କୁନି ରାହା କୁ ଗଣମାଧ୍ୟମ ସାମ୍ନାକୁ ଆଣିଥିଲେ ରଣବୀର ଆଲିଆ ।

ଯାହା ପରଠାରୁ ଚଚର୍ଚ୍ଚାରହିଛି ରାହା । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ରାହା କପୁର । ଅପେକ୍ଷାର ଅଂଟା ଘଟାଇ ଫ୍ୟାନ୍ସଙ୍କ ଇଚ୍ଛା ପୁରଣ କଲେ ରଣବୀର । ମିଳିଲା ଆଲିଆ ଭଟ୍ଟ-ରଣବୀର କପୁରଙ୍କ ଝିଅ ରାହାଙ୍କ ପ୍ରଥମ ଝଲକ।

Advertisement

ପ୍ରଥମ ଥର ରାହାଙ୍କୁ ଦେଖି ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି। 2023 ଖ୍ରୀଷ୍ଟମାସ ଅବସରରେ ରାହାଙ୍କୁ କ୍ୟାମେରା ସାମନା କୁ ଆଣି ଫ୍ୟାନ୍ସଙ୍କୁ ଖୁବ୍ ସରପ୍ରାଇଜ ମିଳିଛି। ତେଵେକଲି ଚେହାର ଦେଖାଇବା ପରେ ପୁରା କପୁର ପାରିବ ବଡ଼ ଧୁମ ଧାମ ରେ ଖ୍ରୀଷ୍ଟମାସ ପାଳନ କରିଥିଲେ ।

ଆଉ ଆଜି ସକାଳୁ ନୂଆବର୍ଷ ପାଳନ ପାଇଁ ବିଦେଶ ଯାଇଛନ୍ତି ରଣବୀର ଆଲିଆ । ଆଉ ତାଙ୍କ ସାଙ୍ଗରେ ରହିଛନ୍ତି ବେବି ରାହା । ଉଭୟ ଦମ୍ପତି ଆଜି ଏୟାର ପୋର୍ଟ ରେ ନଜର ଆସିଥିବା ବେଳେ ଆଲିଆଙ୍କ କୋଳରେ ଥିଲେ ରାହା । ସେ ଶୋଇଥିବା ବେଳେ ତାଙ୍କୁ ଆଲିଆ ଧରିଥିଲେ । ତେବେ ପାପରାଜିଙ୍କୁ ଦେଖିବା ପରେ ଉଭୟ ହାତ ହଲାଇ ପୋଜ ଦେଇଥିଲେ । ତେବେ ସେମାନେ କୁଆଡେ ଯାଇଛନ୍ତି ତାହା ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *