ରାହାଙ୍କ ପରେ ଦ୍ୱତୀୟ ସନ୍ତାନ ପାଇଁ ପ୍ଲାନ କରୁଛନ୍ତି ଆଲିଆ ଓ ରଣବୀର…
1 min readରାହାଙ୍କ ପରେ ନେକ୍ସଟ ବେବି ପାଇଁ ପ୍ଲାନ କରୁଛନ୍ତି କି ରଣବୀର ଆଲିଆ! ନିଜର ଦ୍ୱିତିୟ ସନ୍ତାନକୁ ନେଇ ସୂଚନା ଦେଲେ ବଲିଉଡର ଲୋକପ୍ରିୟ କଳାକାର ରଣବୀର କପୂର । ତେବେ ୨୦୨୨ ଏପ୍ରିଲରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ନଭେମ୍ବର ୨୦୨୨ ରେ ଏହି ଦମ୍ପତି ପ୍ରଥମ ସନ୍ତାନ ଝିଅକୁ ରାହାକୁ ନିଜ ପରିବାରରେ ସ୍ୱାଗତ କରିଥିଲେ । ନିକଟରେ ତାର ଏକ ବାର୍ଷିକ ଜନ୍ମ ଦିନ ମଧ୍ୟ ପାଳନ ହୋଇଛି । ତେବେ କିଛି ଦିନ ଧରି ଆଲିଆଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଯୋଗୁଁ ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭବତୀ ହେବାର ଖବର ଆସୁଥିଲା । ଆଉ ବର୍ତ୍ତମାନ, ଏହି ସୂଚନାର ସତ୍ୟତା ସାମ୍ନାକୁ ଆସିଛି ।
ବାସ୍ତବରେ ଆଲିଆଙ୍କ ଦ୍ୱିତୀୟ ଗର୍ଭଧାରଣର ଖବର ମିଥ୍ୟା ହୋଇପାରେ । କାରଣ ଆଲିଆଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେଉଁଥିରେ ଅଭିନେତ୍ରୀ ଣେବୀର କହିଥିଲେ ଯେ ସେ ଦୁଇଟି ସନ୍ତାନ ଚାହୁଁଛନ୍ତି । ଏବଂ ସେ ଆଶା କରୁଛନ୍ତି ଯେ ତାଙ୍କ ପରିବାରରେ ଦୁଇଟି ସନ୍ତାନ ଥିବେ । ଯଦିଓ ଆଲିଆ ଦୁଇ ପୁଅ ଚାହୁଁଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଝିଅ ଅଛି । ଆଉ ସେ ଚାହୁଁଛନ୍ତି ଯେ ତାଙ୍କର ଦ୍ୱିତୀୟ ସନ୍ତାନ ଏକ ପୁତ୍ର ହେବା ଉଚିତ୍ । ସେପଟେ ରଣବୀର ମଧ୍ୟ ପିଲାମାନଙ୍କୁ ମଧ୍ୟ ବହୁତ ପସନ୍ଦ କରନ୍ତି ଏବଂ ତେଣୁ ଏହା ସମ୍ଭବ ଯେ ଭବିଷ୍ୟତରେ ଅଭିନେତ୍ରୀ ପୁଣି ଥରେ ମା ହେବାକୁ ଯୋଜନା କରିପାରନ୍ତି ।