Pratidin TV

Odisha's Digital News Platform

ଦୁଇ କପୁର କରିବେ ଧମାଲ : ଆସିଲା ଶ୍ରଦ୍ଧା–ରଣବୀରଙ୍କ ଅପକମିଙ୍ଗ୍ ଫିଲ୍ମର ଟାଇଟଲ ଓ ଟିଜର..

1 min read

ମୁମ୍ବାଇ : ଏଥର ବଲିଉଡ୍‌ରେ ବବାଲ କରିବେ ଦୁଇ କପୁର । ମିଛେଇ ସାଜିବେ ଶ୍ରଦ୍ଧା ଏବଂ ମକ୍କାର ସାଜିବେ ରଣବୀର କପୁର । ଦୁଇ କପୁରଙ୍କ ଅପକମିଙ୍ଗ୍ ଫିଲ୍ମକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ମଙ୍ଗଳବାର ଟିଜର ଜରିଆରେ ଫିଲ୍ମର ଟାଇଟଲ ମଧ୍ୟ ରିଲିଜ୍ କରାଯାଇଛି ।ଶ୍ରଦ୍ଧା ନିଜ ଇଷ୍ଟାଗ୍ରାମ ଏବଂ ଟ୍ୱିଟରରେ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଏହି ଖୁସିଖବର ଜଣାଇଛନ୍ତି । ତେବେ ଫିଲ୍ମଟିର ଟାଇଟଲରେ ଶ୍ରଦ୍ଧାଙ୍କୁ ମିଛେଇ ବନାଯାଇଥିବା ବେଳେ ରଣବୀର ମକ୍କାର ସାଜିଛନ୍ତି । ଏକଥା ଆମେ କହୁନୁ ଆପଣ ନିଜେ ପୋଷ୍ଟର ଦେଖି ଜାଣନ୍ତୁ ଫିଲ୍ମର ଟାଇଟଲ ।

https://www.instagram.com/p/CmJXbdzpkcT/?utm_source=ig_web_copy_link

ତେବେ ପ୍ରଥମଥର ପାଇଁ ଦୁଇ କପୁରଙ୍କ ଅଭିନୟ ଦେଖିବା ପାଇଁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ବଢିଯାଇଛି ଏକ୍ସସାଇଟମେଣ୍ଟ । ଦୁଇ ହଟକେ୍ ଝଟ୍‌କେ ଚରିତ୍ରରେ ନଜର ଆସିବେ ଶ୍ରଦ୍ଧା – ରଣବୀର । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲଭ୍ ରଞ୍ଜନ । ଆଗରୁ ସେ ପ୍ୟାର କା ପଞ୍ଚନାମା ଓ ସୋନୁ କେ ଟିଟୁ କେ ସୁଇଟି ଭଳି କମେଡି ହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ବେଳେ । ଏଥର ଏହି ଦୁଇ ଯୋଡିଙ୍କୁ ଫ୍ୟନ୍ସମାନଙ୍କ ସାମ୍ନାରେ ଏକ ଭିନ୍ନଢଙ୍ଗରେ ଆଣୁଛନ୍ତି ଲଭ୍ ରଞ୍ଜନ ।

https://www.instagram.com/reel/CmI9T-TJQIL/?utm_source=ig_web_copy_link

ପିଙ୍କ୍‌ଭିଲ୍ଲା ଇଣ୍ଟରଭ୍ୟୁ ଅନୁଯାଇ ଫିଲ୍ମଟି ଆସନ୍ତା ମାସ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଯାହାକୁ ନେଇ ଦୁଇ କପୁରଙ୍କ ପ୍ୟାନ୍ସ ମାନେ ବେସ୍ ଏକ୍ସସାଇଟେଡ୍ ଅଛନ୍ତି । ତେବେ ଦେଖିବା ବାକିରହିଲା ଯେ ଏହି ଝୁଟ୍ଟି – ମକ୍କାର ଯୋଡି ବଲିଉଡ୍‌ରେ କେଉଁ ଯାଦୁ ଦେଖାଉଛି ।

ତେବେ ରଣବୀର କପୁର ଏହି ଫିଲ୍ମ ବ୍ୟତୀତ ଆଗକୁ ଫିଲ୍ମ ‘ଆନିମଲ୍’ରେ ମଧ୍ୟ ନଜର ଆସିବେ। ସେହିପରି ଶ୍ରଦ୍ଧା କପୁର ଖୁବଶୀଘ୍ର ରୁଖସାନା କୌସରଙ୍କ ବାୟୋପିକରେ ନଜର ଆସିପାରନ୍ତି।

Leave a Reply

Your email address will not be published. Required fields are marked *