Pratidin TV

Odisha's Digital News Platform

ନିଜକୁ ରାମ ବନାଇବାକୁ ଚାହୁଁଛନ୍ତି ରଣବୀର, ଏଥିପାଇଁ ଛାଡିବେ ମଦମାଂସ..

ଫିଲ୍ମ ରାମାୟଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର ଅଭିନେତା ରଣବୀର କପୁର । ନୀତିଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ରାମାୟଣରେ ପ୍ରଭୁ ରାମ ଙ୍କ ଭୂମିକାରେ ନଜର ଆସିବେ ରଣବୀର । ତେବେ ଚଳଚ୍ଚିତ୍ର ନେି କୌଣସି ଅଫିସିଆଲ ଘୋଷଣା ହୋଇ ନଥିବା ବେଳେ ରଣବୀରଙ୍କନାଁ କିନ୍ତୁ ଶୁଣିବାକୁ ମିଳୁଛି । ତେବେ ଫିଲ୍ମକୁ ନେଇ ଅନେକ କଥା ପ୍ରତିଦିନ ସାମ୍ନାକୁ ଆସୁଛି । ଫିଲ୍ମ ଆରମ୍ଭ ହୋଇ ନଥିବା ବେଳେ ଫିଲ୍ମ ପାଇଁ ଚୟନ ହୋଇଥିବା ଷ୍ଟାର କାଷ୍ଟ ନିଜ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛନ୍ତି । ତା ଭିତରେ ଆସିଛି ରଣବୀରଙ୍କନାଁ । କାରଣ ସେ ରାମ ଭୂମିକାରେ ନଜର ଆସିବାକୁ ଥିବା ବେଳେ ସେ ରମ ପରି ପବିତ୍ର ହେବାକୁ ଚାହୁଁଛନ୍ତି ।ଏଥିପାଇଁ ସେ ସୁଦ୍ଧ ଶାକାହାରୀ ହେବା ସହ ନିଶା ଦ୍ରବ୍ୟ ଠାରୁ ଦୁରେଇ ବାକୁ ଯାଉଛନ୍ତି । ତେବେ ଏହା କେତେ ଦୂର ସତ ତା ତ ଜଣା ନାହିଁ । ତେବେ ପବ୍‌ଲିକ ଇମେଜ ପାଇଁ ନୁହେଁ ସେ ଏହା କେବଳ ରାମାୟଣ ପାଇଁ କରିବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳଛି । ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ନଜର ଆସିବେ ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ । ସେ ଏଥିରେ ସୀତା ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *