Pratidin TV

Odisha's Digital News Platform

ବାପା ହେବା ଖୁସିରେ ରାଗିଗଲେ ରଣବୀର : ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକଙ୍କୁ କହିଲେ ଏଭଳି କଥା ..

1 min read

ନୂଆଦିଲ୍ଲୀ : ବକ୍ସଅଫିସରେ ସୁପରହିଟ୍ ହୋଇଥିବା ୨୦୨୨ର ସବୁଠୁ ବ୍ଲକବଷ୍ଟର ଫିଲ୍ମ ବ୍ରହ୍ମାସ୍ତ୍ର । ଫିଲ୍ମଟି ବିଶ୍ୱବ୍ୟାପି ଦର୍ଶକମାନଙ୍କଠାରୁ ଅନେକ ପ୍ରଶଂସା ପାଇଥିବା ବେଳେ , ବହୁ ସିନେପ୍ରେମୀମାନେ ଏହାକୁ ପ୍ରେକ୍ଷାଳୟରେ ଦେଖିବାରୁ ବଞ୍ଚିତ ହୋଇଥିଲେ । ସେମାନଙ୍କ ପାଇଁ ଫିଲ୍ମଟି ବର୍ତ୍ତମାନ ଡିସନି ପ୍ଲସ୍ ହଟ୍‌ଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଫିଲ୍ମଟି ନଭେମ୍ବର ୪ରେ ଏହା ଡିସନିରେ ପ୍ରିମିୟର ହେବ ।

ଏନେଇ ନିକଟରେ ରଣବୀରଙ୍କର ଖୁବ୍ ସୁନ୍ଦର ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଯେଇଁଥିରେ ରଣବୀର ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଉପରେ ରାଗିଯାଇଛନ୍ତି । ଏବଂ ଫୋନରେ କହୁଛନ୍ତି ଯେ ର୍ବହ୍ମସ୍ତ୍ରର ପ୍ରମୋସନ ଛଡା କଣ ମୋ ପାଖରେ ଆଉ କୌଣସି କାମ ନାହିଁ । ମୁଁ ବାପା ହେବାକୁ ଯାଉଛି । ଏହା ମୋ ପାଇଁ ଏକ ଭିନ୍ନ ଅନୁଭୂତି । କିନ୍ତୁ ମତେ ଟିକେ ଶାନ୍ତିରେ ରଖେଇ ଦେଉନାହଁ । ଫିଲ୍ମତ ବକ୍ସ ଅଫିସ୍ ରେ ସୁପରହିଟ୍ ହୋଇସାରିଛି । ତାପରେ ଡିସନି ପ୍ଲସ ହଟ୍‌ଷ୍ଟାରେ ଫିଲ୍ମର ପ୍ରମୋସନ ପାଇଁ ୨୫୦ କେଜି ଲଡ୍ଡୁ ବାଣ୍ଟିଛୁ ଆଲିଆ ମୁଁ । ଆଉ ମୁଁ ସେ ଗୀତ କେଶରିଆର ପ୍ରାକ୍ଟିସ୍ କରି କରି ପାଗଳ ହେଇଗଲିନି । ଏବଂ ଆଲିଆଙ୍କ ତଣ୍ଟି ବସିଗଲାଣି । ଏବେ ବସ୍ କର ସବୁ । ବହୁତ ହୋଇଗଲା ପ୍ରମୋସନ । ଆଲିଆବି ଫିଲ୍ମରେ ଏତେଥର ଶିବା-ଶିବା କହିନଥିବେ । ଯେତିକି ଥର ତୁମେମାନେ ପ୍ରମୋସନ ପ୍ରମୋସନ ହେଉଛ । ଏବେ କଣ ଲୋକମାନଙ୍କ ଘର ଘର ବୁଲି କହିବୁ ଆପଣଙ୍କୁ ହାତ ଯୋଡୁଛୁ ଆମ ଫିଲ୍ମ ବ୍ରହ୍ମାସ୍ତ୍ର ଡିସନି ପ୍ଲସ୍ ହଟ୍‌ଷ୍ଟାରରେ ଆସୁଛି ଦେଖନ୍ତୁ । ତେବେ ଏହି ଭିଡିଓଟି ଆଲିଆ ନିଜ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଇଁଥିରେ ବଲିଉଡ୍‌ର ଟ୍ରେଣ୍ଡ ଜୋଡି ରଣବୀର-ଦୀପିକା ଇତ୍ୟାଦି ସବୁ ଅନେକ କମେଣ୍ଟ ଦେଇ ଲେଖିଛନ୍ତି –ସୋ କ୍ୟୁଟ୍ ବାପା ।

ସେହିଭଳି ଆଲିଆ-ରଣବୀରଙ୍କ ବ୍ରହ୍ମସ୍ତ୍ର ଫିଲ୍ମଟି ପ୍ରଥମ ଦିନରେ ୩୬ କୋଟି ଟଙ୍କା କଲେକସନ୍ କରିଥିଲା। ଏଥି ସହିତ, ଫିଲ୍ମର ଓପନିଂ ସପ୍ତାହରେ ୧୨୦.୭୫ କୋଟି କଲେକସନ୍ ହୋଇଥିଲା। ପ୍ରଥମ ସପ୍ତାହରେ ୧୬୮.୭୫ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୨୨୨.୩୦ କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମ ମୋଟ କଲେକସନ୍ ପାଖାପାଖି ୨୫୬.୩୯ କୋଟି ଟଙ୍କା କରିଛି।

https://www.instagram.com/reel/CkKq5z_gbPN/?utm_source=ig_web_copy_link

Leave a Reply

Your email address will not be published. Required fields are marked *