Pratidin TV

Odisha's Digital News Platform

ବଦଳିଗଲେ ରଣବୀର ! ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ କହିଲେ ଏଭଳି କଥା ..

1 min read

ମୁମ୍ବାଇ : ନିଜର ସିମ୍ପିଲ୍ ଲୁକ୍‌ରେ ଫ୍ୟାନ୍ସମାନଙ୍କୁ ଘାଇଲା କରନ୍ତି ରଣବୀର । ନିକଟରେ ରଣବୀର ଆଲିଆଙ୍କ ବ୍ରହ୍ମାସ୍ତ୍ର ୱାଲ୍ଡ ୱାଇଡ୍ ସୁପରହିଟ୍ ହେବାପରେ ଦୁହିଁଙ୍କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାପରେ ଗତମାସ ଆଲିଆ ମାଂ ବନିବା ପରେ ରଣବୀରଙ୍କ ଖୁସି ଆକାଶ ଛୁଇଁଛି କହିଲେ କିଛି କମ୍ ହେବ ନାହିଁ ।

ନିକଟରେ ରଣବୀର ରେଡ୍ ସି ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ସାମିଲ୍ ହୋଇଥିଲେ । ଏଥିରେ ରଣବୀର ନିଜର ଫ୍ୟୁଚର୍‌କୁ ନେଇ ଅନେକ ପ୍ରକାରର ଖୁଲାସା କରିଥିଲେ । ସେ କହିଥିଲେ ଯେ ମୁଁ ବାପା ହେଲିନି । ମୋ ଉପରେ ଏବେ ଅଧିକ ଦାୟିତ୍ୱ । ମୋ ବୟସ ମଧ୍ୟ ବଢୁଛି । ତେଣୁ ମୁଁ ଆଗକୁ ଆଉ ରୋମାଣ୍ଟିକ୍ କି କମେଡି ଫିଲ୍ମ କରିବିନି । ମୋ ଅପ୍‌କମିଙ୍ଗ ରୋମାଣ୍ଟିକ୍ ଫିଲ୍ମଟି ବୋଧହୁଏ ମୋର ଶେଷ ରୋମାଣ୍ଟିକ୍ ଫିଲ୍ମ ହେବ ।

କହିବାକୁ ଗଲେ ରଣବୀରଙ୍କୁ ଏବେ ମାତ୍ର ୪୦ ବର୍ଷ । ବର୍ତ୍ତମାନ ତାଙ୍କ ହାତରେ ବ୍ୟାକ୍ ଟୁ ବ୍ୟାକ୍ ରୋମାଣ୍ଟିକ୍ ଫିଲ୍ମ ଗୁଡିକ ରହିଥିବା ବେଳେ , ରଭବୀରଙ୍କ ଏପରି ବୟାନ ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଦେଇଛି ।

ranbirkappor and shradha kapoor upcoming film shoot

ଅନ୍ୟପଟେ ଲଭ୍ ରଞ୍ଜନଙ୍କ ନିର୍ଦ୍ଧେଶିତ ଅପକମିଂଙ୍ଗ ଫିଲ୍ମରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ପାଇବେ ପ୍ରଶଂସକ । ତେବେ ଏହି ଅନଟାଇଟଲ ଫିଲ୍ମର ଫଟୋ ଏବଂ ବିଟିଏସ୍ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଶୁଣିବାକୁ ମିଳୁଛି ଯେ ଫିଲ୍ମଟି ଆଗାମୀ ବର୍ଷ ମାର୍ଚ୍ଚ କ୍ରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *