ନୀତୁ-ଆଲିଆଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରଣବୀର
1 min readବଲିଉଡ ଷ୍ଟାର ରଣବୀର କପୁରଙ୍କ ସହ ମା ନୀତୁଙ୍କର ଏକ ଭଲ ସମ୍ପର୍କ ରହିଛି | ଅନେକ ସମୟରେ ରଣବୀର ତାଙ୍କ ମାଙ୍କ ପ୍ରତି ଥିବା ଭାବନା କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି | ନିକଟରେ ଏକ ସାକ୍ଷାତକାରରେ ରଣବୀର ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ତାଙ୍କ ମା ନିତୁ କପୁରଙ୍କୁ ନେଇ ଏକ ଖୁଲାସା କରିଛନ୍ତି | ଯାହାକୁ ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |
ଆଲିଆ ଏବଂ ତାଙ୍କ ନୀତୁଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ସେନେଇ ପାପରାଜି ରଣବୀରଙ୍କୁ ପ୍ରଶ୍ନ କରିଥିଲେ ଯାହାର ଏଭଳି ଏକ ଜବାବ ରଖିଥିଲେ ରଣବୀର | ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଯୋଡି ବଲିଉଡର ସବୁଠୁ ପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ ଅଟେ | ନିକଟରେ ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ପତ୍ନୀ ଆଲିଆଙ୍କ ବିଷୟରେ କିଛି କଥା କହିଥିଲେ | ଆଲିଆଙ୍କ ବିଷୟରେ ସବୁଠୁ ଭଲ କଥା ହେଉଛି ସେ ମୋ ପରିବାରକୁ ନିଜ ପରିବାର ବୋଲି ଭାବିଥାନ୍ତି | ସେ ଆମ ଘରେ ସମସ୍ତଙ୍କ ଯତ୍ନ ନେଇଥାନ୍ତି | ସେ ଆହୁରି ମଧ୍ୟ କହିଥିଲେ, ଆଲିଆ ଏବଂ ମୋ ମା ଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି | ଉଭୟ ପରସ୍ପରଙ୍କୁ ବହୁ ଭଲ ଭାବରେ ବୁଝିଥାନ୍ତି ଏବଂ ଆଳିଙ୍କ ପାଇଁ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ରଣବୀର |