ଡିପ୍ଫେକ୍ ରେ ଶିକାର ହେଲେ ରଣେନ୍ଦ୍ର ପ୍ରତାପ , ସୋଶିଆଲ ମିଡିଆରେ ଘୁରିବୁଲୁଛି ଫଟୋ ..
1 min readନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ନିର୍ବାଚନ ମଣ୍ଡଳୀରେ ରୋଚକ ହେବାରେ ଲାଗିଛି ଲଢ଼େଇ । ପ୍ରଚାର ମୈଦାନରେ ବଳ କଷୁଛନ୍ତି ସମସ୍ତ ପ୍ରାର୍ଥୀ । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ନେଇ ରାଲି ଓ ସଭାର ଆୟୋଜନ କରିଛନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ରାଜନୀତି ମୈଦାନରେ ବାଜି ମାରିବାକୁ ଅଣ୍ଟା ଭିଡିଲେଣି ନେତା। ଗୋଟେ ଦଳ ଅନ୍ୟଦଳ ମଧ୍ୟରେ ଚାଲିଛି ବାକ ଯୁଦ୍ଧ , ପରସ୍ପର ପ୍ରତି କରୁଛନ୍ତି କାଉଣ୍ଟର ଆଟାକ ।
ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ୍ସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ଖୋଦ ମନ୍ତ୍ରୀ ନିଜ ଏକ୍ସ ଆଉକ୍ଟରେ ସୂଚନା ଦେଇଛନ୍ତି।ସେ ନିଜ ଏକ୍ସରେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଟ୍ବିଟ୍ କରି କହିଛନ୍ତି ଯେ, ସ୍ବର୍ଗତ ଦାମ ରାଉତଙ୍କ ଫଟୋରେ ପାଣ୍ଡିଆନଙ୍କ ଫଟୋ ଲଗାଇ ନକଲି କରାଯାଇଛି। ଏହି ନକଲି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଯାହାକୁ ନେଇ ଇସିଆଇଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ତା’ସହ ଫେକ୍ ଫଟୋକୁ ଭାଇରାଲ୍ କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି ।