Pratidin TV

Odisha's Digital News Platform

ପ୍ରମୋସନ୍ ପାଇ ଖୁସିରେ ଫେରୁଥିଲେ ACF , ବାଟରେ ମାଡିବସିଲା ଭିଜିଲାନ୍ସ ..

1 min read

କୋରାପୁଟ୍ : ପ୍ରମୋସନ ଖୁସି ବନିଲା ସର୍ବନାଶ । ଯେଉଁଦିନ ପ୍ରମୋସିନ ମିଳିଲା ସେଇଦିନ ହିଁ ଭିଜିଲାନ୍ସ ହାତରେ ଧରାପଡିଲେ । କିଛି ମୁହୁତ୍ତରେ ଖୁସି ବନିଗଲା ବିସାଦ ।

ସୂଚନାଯୋଗ୍ୟ ଯେ କୋରାପୁଟ ଜିଲ୍ଲା ଲମତାପୁଟ ରେଞ୍ଜ ଅଫିସର ସୁରଜିତ୍ ସାହୁ ୩ ଦିନ ତଳେ ଏସିଏଫ୍ ଭାବେ ପ୍ରମୋସନ ପାଇଥିଲେ । ସୋମବାର ସେ ପ୍ରମୋସନ ଲେଟର ଆଣିବାକୁ କୋରାପୁଟ ଡିଏଫ୍ଓ ଅଫିସ୍କୁ ଯାଇଥିଲେ। ପ୍ରମୋସନ ଲେଟର ନେଇ ସେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସରକାରୀ ଗାଡ଼ି ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହେଲେ କୋରାପୁଟର ଗୁଣ୍ଡିଚା ମନ୍ଦିର ନିକଟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକାଇ ଥିଲେ।

Advertisement

ଏହାପରେ ସୁରଜିତଙ୍କ ପାଖରୁ କିଛି ନଗଦ ଟଙ୍କା ମିଳିଥିଲା । ଏତେରାତିରେ ଟଙ୍କାଗୁଡିକ ସାଙ୍ଗରେ ଧରି ସେ କେଉଁଠାକୁ ନେଇ ଯାଉଛନ୍ତି ବୋଲି ପଚାରିବାର ସୁରଜିତ୍ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଟିମ୍ ଉକ୍ତ ଟଙ୍କାକୁ ସେଠାରେ ଜବତ କରି ,ସୁରଜିଙ୍କୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଲମତାପୁଟସ୍ଥିତ ଅଫିସ ଏବଂ ସରକାରୀ ବାସଭବନକୁ ମିଶାଇ ୭ ଟି ସ୍ଥାନରେ ରେଡ୍ ପକାଇଛି । ଆଗକୁ ଏହି ତଦନ୍ତ କଡାକଡି ଚାଲୁରହିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *