Pratidin TV

Odisha's Digital News Platform

ବନ୍ଧା ହେଲେ ରଙ୍ଗିଲା ବାବା , ଜିନ୍ସ ପିନ୍ଧି ଆଶ୍ରମରେ ତରୁଣୀଙ୍କ ସହ କରୁଥିଲେ ରାଶଲୀଳା..

1 min read

ପୁଣି ଜଣେ ରଙ୍ଗିଲା ବାବା ବାନ୍ଧିଲା ପୋଲିସ । ଯୁବତୀ ଙ୍କୁ ଅପହରଣ ଅଭିଯୋଗରେ ରଙ୍ଗିଲା ବାବା କୁ ବାନ୍ଧିଛି ପୋଲିସ । ଆଶ୍ରମରେ ଭିତରେ ଯୁବତୀ ଙ୍କ ସହ କରୁଥିଲେ ଅୟସ । ଆଉ ସେହି କଳାକାରନାମା ସାମ୍ନାକୁ ଆସିବା ପରେ ଭଣ୍ଡ ବାବା କୁ ଗିରଫ କରିଛି ଢେଙ୍କାନାଳ ପୋଲିସ । ବାବା ଜଣଙ୍କ ହେଲେ କଟକ ଜିଲ୍ଲା ତିଗିରିଆ ଥାନା ସୋମପଡା ରେ ବହୁତ ଦିନରୁ ଆଶ୍ରମ କରି ରହୁଥିଲେ। ଏହି ରଙ୍ଗିଲା ବାବାଙ୍କ ନାମ କୈବଲ୍ୟ ଜାନି ବୋଲି ଜଣାପଡିଛି । ରୂପ ଥିଲା ସିନା ସନ୍ୟାସୀ ମନ ଥିଲା ପୁରାପୁରି ସାଂସାରିକ । ଆଶ୍ରମକୁ ଆସୁଥବା ଯୁବତୀଙ୍କୁ ନିଜ ପାଖକୁ ଡାକି କରୁଥିଲେ ରାସଲିଳା । ଏମିତି କିଛି ସାଂଘାତିକ ଅଭାଯୋଗ ଆସିଛି ବାବା କୈବଲ୍ୟ ଜାନି ଙ୍କ ନାଁରେ । ଆଜି ସୋମପଡା ଆଶ୍ରମରେ ଢେଙ୍କାନାଳ ପୋଲିସ ଚଢ଼ାଉ କରି ସଂପୃକ୍ତ ବାବା କୈବଲ୍ୟ ଜାନି ଙ୍କ ଆଶ୍ରମରୁ ବହୁ ଆପତ୍ତିଜନକ ଜିନିଷ ଜବତ କରିବା ସହିତ ବାବାଙ୍କୁ ଉଠାଇନେଇଛି ଢେଙ୍କାନାଳ ପୋଲିସ।

ସୁଚନା ଅନୁସାରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଦୀର୍ଘବର୍ଷ ଧରି ଆଶ୍ରମ କରି ରହୁଥିବା ଏହି ରଙ୍ଗିଲା ବାବା ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ନେଇ ସଂପୃକ୍ତ ବାବା ଙ୍କ ନାଁରେ ଯୁବତୀ ଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ,ପାରିବାରିକ ସମସ୍ୟାର ସମାଧାନ ପାଇଁ ଯୁବତୀ ଜଣକ ଉକ୍ତ ବାବାଙ୍କ ନିକଟକୁ ଯିବା ଆସିବା କରୁଥିଲେ। ଏହାରି ମଧ୍ୟରେ ବାବା ଓ ଉକ୍ତ ଯୁବତୀଙ୍କ ସହ ଗଢି ଉଠିଥିଲା ସମ୍ପର୍କ । କିଛି ଦିନ ପରେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ ଓ ତା ପରେ ପରିବାର ଲୋକେ ତାଙ୍କୁ ବାବା ଜଣଙ୍କ ଅପହରଣ କରି ନେଇଛନ୍ତି ବୋଲି ଯୁବତୀଙ୍କ ବାପା ଗତ ୭ ତାରିଖ ଦିନ ଢେଙ୍କାନାଳ ସଦର ଥାନା ଅଧୀନ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଘଟଣା କୁ ଗୁରୁତର ସହ ନେଇ ଢେ଼ଙ୍କାନାଳ ପୋଲିସ ଆଜି ତିଗିରିଆ ସୋମପଡା ସ୍ଥିତ ବାବା ଙ୍କ ଆଶ୍ରମରେ ଚଢ଼ାଉ କରିଥିଲା। ସପୁକ୍ତ ବାବା ଙ୍କ ନିକଟରୁ ପୋଲିସ ବହୁ ଆପତ୍ତି ଜନକ ଜିନିଷ ଓ ବିଭିନ୍ନ ଯୁବତୀ ଫଟୋ ଜବତ କରିଛି । ଏବେ ସେହି ରଙ୍ଗିଲା ବାବା କୁ ଗିରଫ କରିଛି ପୋଲିସ ।ତେବେ ଏବେବି ସଂପୁକ୍ତ ଯୁବତୀ ଜଣକ କେଉଁଠାରେ ଅଛନ୍ତି । ଏନେଇ ବାବା ଜଣଙ୍କ ମୁହଁ ଖୋଲି ନଥିବା ବେଳେ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି ଢେଙ୍କାନାଳ ପୋଲିସ ।

Advertisement

Leave a Reply

Your email address will not be published. Required fields are marked *