Pratidin TV

Odisha's Digital News Platform

(Video) ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ ନାଟକରେ ରାଣୀଙ୍କ ଏଇ ସିନ୍ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼…

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପୁଣି ମଞ୍ଚ ଦୁଲକେଇଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କ ଅଭିନୟରେ ପୁଣି ଝୁମିଛନ୍ତି ଦର୍ଶକ । ହେଲେ ମେଲୋଡିରେ ନୁହେଁ ନାଟକରେ , ରାଣୀ ପଣ୍ଡା ଦର୍ଶକଙ୍କ ହୃଦୟ ଜିତିଛନ୍ତି । ରାଣୀ ପଣ୍ଡାଙ୍କ ଜୀବନିକୁ ନେଇ ପ୍ରସ୍ତୁତ ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ , ଲୋକଙ୍କ ମନକୁ ଛୁଇଁଛି । ଆଉ ଏହି ନାଟକରେ ନିଜେ ରାଣୀ ପଣ୍ଡା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ଯେଉଁ ଦର୍ଶକ ରାଣୀ ପଣ୍ଡାଙ୍କ ନାଚରେ ସିଟି ମାରୁଥିଲେ, ଏବେ ସେହି ଦର୍ଶକ ରାଣୀ ପଣ୍ଡାଙ୍କ ଚମତ୍କାର ଅଭିନୟ ଦେଖି ତାଳି ମାରି ପ୍ରଶଂସା ମଧ୍ୟ କରିଛନ୍ତି । କଥା କଥାକେ ଦାମ୍ଭିକ ଠାଣି । ଚମତ୍କାର ଶୈଳୀରେ ସଂଳାପ ଆବୃତି କରି ଦର୍ଶକଙ୍କ କରତାଳି ଆଦାୟ କରୁଛନ୍ତି ରାଣୀ ପଣ୍ଡା । ତେବେ ଏ ହେଉଛି ନାଟକର ଦୃଶ୍ୟ । ଯେଉଁ ଦୃଶ୍ୟକୁ ଦେଖିବା ପାଇଁ ଖଣ୍ଡଗିରିରେ ଲାଗିଛି ଲୋକଙ୍କ ଗହଳି ।

ଅତୀତରେ ଖଣ୍ଡଗିରି ଯାତ୍ରାରେ ରାଣୀ ପଣ୍ଡାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ବଡ ବିବାଦ ଦେଖା ଦେଇଥିଲା । ତେଣୁ ଏଥର ଆଇଟମ ଡ୍ୟାନ୍ସ ନୁହେଁ ବଂର ନିଜର ଅଭିନୟର ଯାଦୁଗରୀ ଦେଖାଇବା ପାଇଁ ଚିନ୍ତା କରିଥିଲେ ରାଣୀ ପଣ୍ଡା । ଆଉ ତାଙ୍କ ନିଜ ଜୀବନୀକୁ ନେଇ ପ୍ରସ୍ତୁତ ନାଟକ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀ ପଣ୍ଡାଙ୍କ ପ୍ରଶଂସକଙ୍କ ପ୍ରବଳ ଗହଳି ଜମିଛି ଖଣ୍ଡଗିରିରେ ।

Leave a Reply

Your email address will not be published. Required fields are marked *