Pratidin TV

Odisha's Digital News Platform

ପୁଣି ଅସହାୟଙ୍କ ପାଖରେ ପହଞ୍ଚି ସାହାର୍ଯ୍ୟର ହାତ ବଢାଇଲେ ରାଣୀ ପଣ୍ଡା ..

1 min read

ଭୁବନେଶ୍ୱର ; ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅନେକ ସମୟରେ ଅନେକ ଚର୍ଚ୍ଚା ହୁଏ । ସେ ଯାତ୍ରାଜଗତ ହେଉ କିମ୍ବା ସମାଜ ସେବା ସବୁଠି ରାଣୀଙ୍କ ଚର୍ଚ୍ଚା । ଗରିବ, ଅସହାୟଙ୍କୁ ଦେଖି ସହିପାରନ୍ତିନି ରାଣୀ । ବାହାରିପଡନ୍ତି ସେମାନଙ୍କ ଲୁହ ପୋଛି କିଛି ଆଶ୍ୱସନା ସହ ସାହାର୍ଯ୍ୟର ହାତ ବଢାଇବା ପାଇଁ । ଆଜି ରାଣୀ ପଣ୍ଡା ନିଜ ଇଷ୍ଟାଗ୍ରାମରେ ଏକ ଏଭଳି ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରେ ବି ଲୁହ ରହିବନି । ଏହି ଦୃଶ୍ୟଟି ଦେବଗଡ ଜିଲ୍ଲା ଢୋଲପଡା ଗ୍ରାମର ବୋଲି ରାଣୀ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ।

ଅକାଳରେ ସ୍ୱାମୀ ଚାଲିଗଲା ପରେ ନିଜର ୩ ଟି ଛୁଆଙ୍କୁ ଧରି ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି ଜଣେ ଅସହାୟ ମହିଳା । ଘରର କାନ୍ଥ ଫାଟି ଆଁ କରିଛି ଛାତରୁ ମଧ୍ୟ ଟାଇଲ୍ ପ୍ଲେଟ୍ ସବୁ ଭାଙ୍ଗି ଗଳୁଛି । ସ୍ୱାମୀଙ୍କ ଯିବା ପରେ ଭୋକ ଉପାଷରେ ଦୟନୀୟ ଜୀବନ କାଟୁଥିବା ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ।

Advertisement

https://www.instagram.com/p/CyXGC4qRwcj/?utm_source=ig_web_copy_link

Leave a Reply

Your email address will not be published. Required fields are marked *