ଜାଗୃତି ସଉତୁଣୀ ନୁହଁ ମୋ ଭଉଣୀ , ସେ ଚାଲିଗଲେ ମୁଁ ଅଛି ଅନୁଭବଙ୍କୁ ସମ୍ଭାଳିବାକୁ କହିଲେ ରାନୀ ପଣ୍ଡା ।
1 min readସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ଏକାଦଶାହ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ କଳାକାର ଓ ନେତା ମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ। ବାପାଙ୍କ ବିୟୋଗରେ ଭାଙ୍ଗି ପଡିଥିବା ଅନୁଭବଙ୍କୁ ସମସ୍ତେ ସାନ୍ତ୍ଵନା ଦେଇଥିଲେ। ତେବେ ଏଭଳି ସ୍ଥିତିରେ ଦିଲ୍ଲୀରୁ ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଳା ଆସି ପହଞ୍ଚିଥିବା ବେଳେ , ଖଣ୍ଡଗିରି ଯାତ୍ରା ଅଧାରୁ ଛାଡି ଧାଇଯାଇଥିଲେ ରାନୀ ପଣ୍ଡା । ଏହାପରେ ଗୋଟେ ମଂଚରେ ସାମ୍ନାସାମ୍ନି ହେଲେ ରାନୀ ଏବଂ ଜାଗୃତି ।
ଦୁହଁଙ୍କ ମନରେ ଅନୁଭବଙ୍କ ପାଇଁ ସମାନ ବେଦନା । ଅନୁଭବଙ୍କ ଆଖି ଲୁହ ପୋଛିବାକୁ ଦୁହେଁ ନିଜ ବ୍ୟାକୁଳ । ତେବେ ଗତକାଲି ଅନୁଭବଙ୍କ ବାପାଙ୍କଏକାଦଶ କାମ ଥିଲା । ଆଉ ଏହି ସମୟରେ ଜାଗୃ୍ତିଙ୍କ ସହ ରାନୀଙ୍କ ହୋଇଥିଲା ଭେଟ । ଆଉ ଜାଗୃତିଙ୍କୁ ଦେଖି ରାନୀ କହିଲେ ସେ ମୋ ସଉତୁଣୀ ନୁହେଁ ମୋଭଉଣୀ । ଖାଲି ଏତିକି ନୁହେଁ ଜାଗୃତିଙ୍କ ସହ ହସି ହସି କଥା ହେବା ସହ ଫଟୋ ବି ଉଠାଇଥିଲେ ରାନୀ । ଆଉ କହିଥିଲେ ଜାଗୃତି ଯଦି ଅନୁଭବଙ୍କ ଛାଡି ଚାଲିଯାଆନ୍ତି ତେବେ ମୁଁ ଅଛି ସମ୍ଭାଳିଦେବି ।