ଥାନାକୁ ଆସି ବର୍ଷିଲେ ରାନୀ ପ୍ରିୟଦର୍ଶିନୀ ,କହିଲେ ବିନା ନୋଟିସ ରେ ମୋ ସ୍କୁଟି ଉଠାଇ ଆଣିଲେ..
1 min readବିନା ହେଲମେଟରେ ସ୍କୁଟି ଚଢ଼ି ରାଜରାସ୍ତାରେ ରିଲ୍ସ କରୁଥିଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ଅଭିଯୋଗ ପରେ ଅଭିନେତ୍ରୀଙ୍କ ସ୍କୁଟିକୁ ଜବତ କରିଥିଲା ପୋଲିସ । ବର୍ତ୍ତମାନ ଏହାକୁ ନେଇ ସାମ୍ନା କୁ ଆସିଛି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଙ୍କ ପ୍ରତିକ୍ରିୟା । ସେ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି ଏହାସହିତ ସେ 6ହଜାର ଟଙ୍କା ଜୋରିମାନା ଦେଇଛନ୍ତି । ଏହାସହିତ ସେ କହିଛନ୍ତି ବିନା ନୋଟିସ ରେ ମୋ ଗାଡ଼ି ଉଠାଇ ଆଣିଲେ ଯାହାଦ୍ୱାରା ମୋର ସମ୍ମାନ ହାନି । କୌଣସି ନୋଟିସ ନପଠାଇ ଏପରି ଗାଡ଼ି ଉଠାଇ ଆଣିଲେ । ଏହା ତାଙ୍କର ସମ୍ମାନ ହାନି କରିବା ପାଇଁ ଏକ ଷଡ଼ଯନ୍ତ୍ର । କେବଳ ଏତିକି ନୁହେଁ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ।
ସୂଚନାନୁଯାୟୀ ଟଙ୍କପାଣି ଗତ 20 ତାରିଖରେ ବାଇପାସ ରୋଡ଼ରେ ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ। ଏନେଇ ସୋଶାଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଅନେକ ଲୋକେ ସ୍ୱର ଉଠାଇଥିଲେ। ଏହାପରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆଜି ଅର୍ଥାତ 24 ତାରିଖରେ OD02-CU-4937 ନମ୍ବର ଗାଡ଼ିକୁ ଜବତ କରାଯାଇଥିଲା ।ଏହାପରେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଥାନାକୁ ଯାଇ 6 ହଜାର ଟଙ୍କା ଫାଇନ ଦେଇ ଥାନାରୁ ସ୍କୁଟି ନେଇ ଆସିଛନ୍ତି ।ସେହିପରି ରାଜ ରାସ୍ତାରେ ରିଲ୍ସ ନ କରିବା ପାଇଁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି ।