ପୁଣି ହୃଦୟ ଜିତିଲେ ରାଣୀ ପଣ୍ଡା : ଅସହାୟ ଗରିବ ପରିବାରକୁ କଲେ ଏପରି ସାହାର୍ଯ୍ୟ ..
1 min readବାଲୁଗାଁ : ସେ କୌଣସି ବଡ କଳାକର ନୁହଁନ୍ତି କି କେଉଁ ନେତା ମନ୍ତ୍ରୀ ନୁହଁନ୍ତି । କିନ୍ତୁ ସେ ଶହ ଶହ ଗରିବ ଅସହାୟଙ୍କ ଆଶାର ବାଡି ସାଜିଛନ୍ତି ।
ଆଜ୍ଞା ହଁ ଆମେ ଏଠି କହୁଛୁ ବହୁ ଚର୍ଚ୍ଚିତ ଯାତ୍ରା କଳାକାର ରାଣୀ ପଣ୍ଡା । କୋଭିଡ୍ ସମୟରେ ମଧ୍ୟ ସେ ଅନେକଙ୍କ ପାଖରେ ଠିଆ ହୋଇ ଥିଲେ । ଅନେକ ବାଦ ବିବାଦ ଭିତରେ ଫସି ମଧ୍ୟ ସେ ଭୁଲନ୍ତିନି ସମାଜ ପ୍ରତି ନିଜର କର୍ତ୍ତବ୍ୟ। ନିଜକୁ ଦେଶର ନାଗରିକ,ମହିଳା,ସମାଜସେବୀ ରୂପେ ଭାବି ବଢାଇଦିଅନ୍ତି ସାହାର୍ଯ୍ୟର ହାତ । ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୂର୍ଯ୍ୟନଗର ର ଏକ ଦିବ୍ୟାଙ୍ଗ ଓ ଗରିବ ବ୍ରାହ୍ମଣ ବର୍ଷା ନନ୍ଦକୁ ସାହାଯ୍ୟ କରିଛନ୍ତି ଅଭିନେତ୍ରୀ ରାଣୀପଣ୍ଡା।ସେ ଉକ୍ତ ୨ ପରିବାରର ସମସ୍ତ ସଦସ୍ୟଙ୍କ ସହ କଥା ହୋଇ ଭାବବିହ୍ୱଳ ମଧ୍ୟ ହୋଇପଡିଥିଲେ । ଏବଂ ଦୁଇ ପରିବାରକୁ ପ୍ରତିଶୃତି ଦେବା ସହ ପ୍ରେରଣା ମଧ୍ୟ ଦେଇଥିଲେ । ଜୀବନ ଲଢେଇରେ ଲଢି ଆମକୁ ଆଗକୁ ବଢିବାକୁ ପଡିବ ବୋଲି ତାଙ୍କୁ ବୁଝାଇଥିଲେ ରାଣୀପଣ୍ଡା ।
ନିକଟରେ ପ୍ରତିଦିନ ଟିଭିରେ ନିଉଜ ପ୍ରସାରଣ ପରେ ଓ କିଛି ଗଣମାଧ୍ୟମ ପ୍ରତିନିଧିମାନଙ୍କଠାରୁ ସୂଚନା ପାଇ ନନ୍ଦପୁର ପଞ୍ଚାୟତର କର୍କଟ ରୋଗରେ ପୀଡିତ ବରଦା ପ୍ରସାଦ ପଣ୍ଡା ଓ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର ଅସହାୟ ପରିବାର କୁନ୍ତଳା ବଳୀଆରସିଂ ପରିଵାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ଭବିଷ୍ୟତରେ ତାଙ୍କ ପରିବାରକୁ ପୁନର୍ବାର ସମସ୍ତ ପ୍ରକାରର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଏନେଇ ରାଣୀ କହିଛନ୍ତି ଯେ ମୋ ଦ୍ୱାର ଭବିଷ୍ୟତକୁ ଯେତିକି ହୋଇପାରିବ ମୁଁ ସାହାର୍ଯ୍ୟ କରିବି । ଓଡିଶାର ସମାଜ ସେବା କ୍ଷେତ୍ରକୁ ଟ୍ରେଣ୍ଡ ଆରମ୍ଭ କରିଛି ରାଣୀ ପଣ୍ଡା । ମୁଁ ମୋ ନିଜକୁ ପ୍ରେରଣା ଦେଇଛି । ଓଡିଶାର ପ୍ରଥମ ନାରୀ ,ପ୍ରଥମ ନାଗରୀକ ,ପ୍ରଥମ ମହିଳା ଏବଂ ପ୍ରଥମ ମଣିଷ ଭାବେ ରାଣୀପଣ୍ଡା ଏପରି କାର୍ଯ୍ୟକୁ ଆଗକୁ ବଢାଇବ ।