Pratidin TV

Odisha's Digital News Platform

କନିଆଁ ହୋଇ ଗୀତ ଗାଇଲେ ରାନୁ ମଣ୍ଡଳ , ଭିଡିଓ ଭାଇରଲ..

1 min read

ରେଲୱେ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳ ଦିନେ ଗୋଟିଏ ଭାଇରାଲ୍ ଭିଡିଓରେ ଚର୍ଚ୍ଚିତ ହୋଇ ସେ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ । ପ୍ରଖ୍ୟାତ ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ତାଙ୍କର ଗୋଟିଏ ଗୀତ ତେରି ମେରି କାହାନୀ ମଧ୍ୟ ଭାଇରାଲ୍ ହେବା ସହ ଶ୍ରୋତାଙ୍କୁ ଖୁବ୍ ଭଲ ଲାଗିଥିଲା । ହେଲେ ଏହାପରେ ତାଙ୍କ ଗୀତକୁ କେହି ପସନ୍ଦ କରିନଥିଲେ । ଧୀରେ ଧୀରେ ସେ ଗାଏବ ହୋଇଯାଇଥିଲେ । ଯାହାପରେ ଲୋକମଧ୍ୟ ତାଙ୍କୁ ଭୁଲି ଯାଇଥିଲେ । ହେଲେ ଏବେ ଏକ ନୂଆ ଅନ୍ଦାଜରେ ତାଙ୍କୁ ଦେଖିବାକୁ ମିଳିଛି । ବଧୂବେଶ ସାଜି ଏବେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଲାଲ ରଙ୍ଗର ଶାଢ଼ୀ, ଚୁଡି ମଥାରେ ସିନ୍ଥି ପିନ୍ଧି ସେ ସାଜିଛନ୍ତି କନିଆଁ ।

ବଙ୍ଗୀୟ ନବବଧୂ ବେଶରେ ସଜେଇ ହୋଇଛନ୍ତି ରାନୁ ମଣ୍ଡଳ । ଯହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଧୂ ବେଶରେ ସଜେଇ ହୋଇ ପୁଣି ଗୀତ ଗାଇଛନ୍ତି ରାନୁ ମଣ୍ଡଳ । ରାତାରାତି ଷ୍ଟାର ପାଲଟିଥିବା ରାନୁ ବେଶ୍ କିଛି ଦିନ ଧରି ସୋଶାଲ ମିଡିଆରେ ଛାଇ ଯାଇଥିଲେ । କିନ୍ତୁ ଏହାପରେ ହଠାତ୍ ସେ ଗାଏବ ହୋଇ ଯାଇଥିଲେ । ଏବେ ପୁଣି ଥରେ ତାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । କନିଆଁ ଗେଟ୍‌ଅପ୍‌ରେ ସେ ଗୀତ ଗାଉଛନ୍ତି । ହେଲେ ସେ କେଉଁ ଭାଷାରେ ଗୀତ ଗାଉଛନ୍ତି ତାହା ବୁଝିବା ବେଶକଷ୍ଟକର । ରବି ପାଲ ନାମକ ଏକ ଇନ୍‌ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ ଦ୍ୱାରା ରାନୁ ମଣ୍ଡଳଙ୍କ ଏହି ଭିଡିଓ ଶେୟାର କରାଯାଇଛି । ତେବେ ସେ ଗାଇଥିବା ଏହି ଗୀତକୁ ଲୋକେ ପସନ୍ଦ କରିବା ବଦଳରେ ତାଙ୍କୁ ସୋଶାଲ ମିଡିଆରେ କରିଛନ୍ତି ଜୋରଦାର୍ ଟ୍ରୋଲ୍ । ତାଙ୍କୁ ଟ୍ରୋଲ କରିବା ସହ ଅନେକ ଲୋକେ ସମାଲୋଚନା ମଧ୍ୟ କରିଛନ୍ତି । ରାନୁ ମଣ୍ଡଳ ଏହି ଭିଡିଓରେ ନିଜେ ଗାଇଥିବା ଗୀତ ସହ ନିଜ ଲୁକ୍‌କୁ ନେଇ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି । ବଙ୍ଗୀୟ ବଧୂ ବେଶରେ ରାନୁ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି ।

Leave a Reply

Your email address will not be published. Required fields are marked *