ବାବା ବିଶ୍ୱନାଥଙ୍କ ଦର୍ଶନ କରି ମୋଦିଙ୍କ ପ୍ରଶଂସା କଲେ ରଣଭୀର-କ୍ରୀତି
1 min readବାରଣାସୀରେ ବଲିଉଡ୍ର ଫିଲ୍ମ ଷ୍ଟାର ରଣବୀର ସିଂ ଏବଂ ଅଭିନେତ୍ରୀ କ୍ରିତି ସାନନ | ଦୁହେଁ ବାରଣାସୀ ପହଞ୍ଚି ବାବା ବିଶ୍ୱନାଥଙ୍କ ଦର୍ଶନ କରିଛନ୍ତି | ତେବେ ଷ୍ଟାରଙ୍କୁ ପାଖରେ ପାଇ ସେଲ୍ଫି ନେବା ପାଇଁ ଷ୍ଟାରଙ୍କ ପକ୍ଷରରେ ଫ୍ୟାନ୍ସଙ୍କ ଜମିଥିଲା ଭିଡ | ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲସ ପ୍ରଶାସନ ମଧ୍ୟ ହୋଇଥିଲେ ସଜାଗ | ‘ଧରୋହର କାଶୀ କି’ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ କ୍ରିତି ସାନନ କାଶୀରେ ପହଞ୍ଚିଥିଲେ |
ତେବେ ଏହି କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ସେମାନେ କାଶୀ ବିଶ୍ୱନାଥ ମନ୍ଦିରରେ ଭୋଳା ବାବାଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରୁଛନ୍ତି | ତେବେ ଏହି ଅବସରରେ ରଣବୀର ଏବଂ କ୍ରିତି ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା | ସେମାନେ କହିଥିଲେ ନରେନ୍ଦ୍ର ମୋଦି ଦେଶର ବିକାଶ କରିଛନ୍ତି ଯାହାର ଉଦାହରଣ କାଶୀ ଅଟେ |
ରଣଵୀର ସିଂଙ୍କୁ ଏହି ଅବସରରେ ହ୍ବାଇଟ କୁର୍ତ୍ତା ସାଙ୍ଗକୁ ଗେରୁଆ ରଙ୍ଗର ଦୁପଟ୍ଟାରେ ଦେଖିବାକୁ ମିଳିଥିଲା । ରଣଭୀର ସିଂ ତାଙ୍କ ଫ୍ୟାନ୍ସଙ୍କ ସହିତ ସେଲ୍ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ସେହି ସମୟରେ କ୍ରିତି ସାନନ୍ ଭକ୍ତି ଭାବର ସହିତ ସରୋବରକୁ ଦେଖୁଥିଲେ । ନିଜ ହଳଦିଆ ରଙ୍ଗର ଦୁପଟ୍ଟାକୁ ନିଜ ମଥାରେ ରଖି କ୍ରିତି ବାବା ବିଶ୍ବନାଥଙ୍କ ଦର୍ଶନ ଏବଂ ପୂଜା କରିଛନ୍ତି । ତାଙ୍କ ସହିତ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ମଥାରେ ଚନ୍ଦନ ଲଗାଇଥିଲେ ଏବଂ ସେ ମଧ୍ୟ ଟ୍ରାଡିସନାଲ ଲୁକରେ ନଜର ଆସିଥିଲେ ।
ଇଣ୍ଡିଆନ ମାଇନୋରଟି ଫାଉଣ୍ଡେସନ ପକ୍ଷରୁ ‘ଧରୋହର କାଶୀ କି’ ବୁନକର ସମୁଦାୟକି ଗାଥା ନାମକ ଏକ କାର୍ଯ୍ୟକ୍ରମ ୧୩ ଏବଂ ୧4 ଏପ୍ରିଲରେ ଆୟୋଜିତ ହୋଇ ଛି। ଏହି କାର୍ଯ୍ୟକ୍ରମରେ, ଫ୍ୟାସନ ଟ୍ରେଣ୍ଡକୁ ବୁଝିବା ସହିତ ବନାରସୀ ଶାଢ଼ୀ ଏବଂ ଶାଢ଼ୀ ବୁଣାକାରଙ୍କ ହାତରୁ ତିଆରି ହୋଇଥିବା ସାମଗ୍ରୀର ପ୍ରଦର୍ଶନୀ ହୋଇଥିଲା । ଅନ୍ତର୍ଜାତୀୟ ଡିଜାଇନର୍ ମନୀଷ ମଲହୋତ୍ରା ନମୋ ଘାଟରେ ହୋଇଥିବା ଫ୍ୟାଶନ୍ ଶୋରେ ବନାରସଙ୍କ ହସ୍ତଶିଳ୍ପକୁ ପ୍ରଦର୍ଶନ କରିଛନ୍ତି |