Pratidin TV

Odisha's Digital News Platform

ପୋଷ୍ଟର ଦେଖି ଦୀପିକାଙ୍କ ନଜର ଉତ୍ତାରିଲେ ରଣବୀର , ଭାଇରଲ ହେଉଛି ଭିଡିଓ …

1 min read

ବଲିଉଡର ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ନିକଟରେ ପିତାମାତା ହୋଇଛନ୍ତି। ଦୀପଭୀରଙ୍କ ଝିଅ ୧ ସେପ୍ଟେମ୍ବରରେ ଜନ୍ମଗ୍ରହଣ କରିଛି | ହେଲେ ଏଯାଏଁ ରଣଭୀର-ଦୀପିକା ନିଜ ଝିଅର ନାମ ପ୍ରକାଶ କରି ନାହାଁନ୍ତି କିମ୍ବା ସେମାନଙ୍କ ପିଲାଙ୍କ ଚେହେରା ପ୍ରକାଶ କରିନାହାଁନ୍ତି। ଦୀପିକା ପାଦୁକୋନ ନିଜ ଝିଅ ସହିତ ଡାକ୍ତରଖାନାରୁ ଘରକୁ ଆସିବା ଦିନଠାରୁ କେବେ ବି କ୍ୟାମେରା ସାମ୍ନାକୁ ଆସିନଥିଲେ ।

ତେବେ ରଣଭୀର ସିଂ ସିଂଘମ ଏଗେନ ଟ୍ରେଲର ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି । ତେବେ କ୍ୟାମେରା ସାମ୍ନାକୁ ଆସିବା ପ୍ରଥମେ ନିଜ ସ୍ତ୍ରୀର ନଜର ଉତ୍ତାରିଲେ ରଣବୀର ସିଂ। ସିଂଘମ ଏଗେନ ଟ୍ରେଲର ଲଞ୍ଚ ସମୟରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା । ସିଂଘମ ଏଗେନ ଟ୍ରେଲର ଲଞ୍ଚରେ ନୂଆ କରି ମାତୃତ୍ଵ ଲାଭ କରିଥିବା ଦୀପିକା ଉପସ୍ଥିତ ନଥିଲେ । ଏହି ଫିଲ୍ମ ର ମୁଖ୍ୟ ଚରିତ୍ର ଲେଡି ସିଂଘମ ଅର୍ଥାତ ଶକ୍ତି ଭୂମିକାରେ ଅଭିନୟ କରୁଛନ୍ତି ଦୀପିକା ପାଦୁକନ।

Advertisement

ହେଲେ ସିମ୍ବା ଚରିତ୍ରରେ ଅଭିନୟ କରୁଥିବା ରଣବୀର ସିଂ ଏହି ଇଭେଣ୍ଟରେ ଥିଲେ । ରଣବୀର ଏହି ବିଶେଷ ମୁହୂର୍ତ୍ତରେ ତାଙ୍କ ପ୍ରିୟର ମଣିଷ ଦୀପିକାଙ୍କୁ ବହୁତ ହିଁ ମନେ ପକାଇଥିଲେ।

“ପାପରାଜି ” ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓରେ ରଣବୀର ଦୀପିକାଙ୍କ ପ୍ରତି ଥିବା ପ୍ରେମକୁ ନିର୍ଦ୍ବନ୍ଦରେ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। କିଛି ବି ଖରାପ ନଜରରୁ ବଞ୍ଚାଇବା ପାଇଁ ସେ ପୋଷ୍ଟରରେ ହିଁ ଦୀପିକାଙ୍କ ନଜର ଉତ୍ତାରିଥିଲେ । ଏହି ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି । ଏପରିକି ପସ୍ତେର ସହ ଫୋଟୋ ମଧ୍ୟ ନେଇଥିଲେ । ପରେ ଅଜୟ ଦେବଗନ୍, ରୋହିତ ଶେଟ୍ଟୀ, ଅର୍ଜୁନ କପୁର, କରୀନା କପୁର ଏବଂ ଟାଇଗର ଶ୍ରଫଙ୍କ ସହ ଦେଖା ହୋଇଥିଲେ।

Leave a Reply

Your email address will not be published. Required fields are marked *