Pratidin TV

Odisha's Digital News Platform

କୋଲକାତା ପରେ ଉତ୍ତରପ୍ରଦେଶ ରେ ଲଜ୍ଜା , କରବାଚୌଥରେ ମହିଳା ପୋଲିସ ହେଲେ କୁକର୍ମର ଶିକାର ..

1 min read

ସୀମା ଟପିଗଲା ବର୍ବରତା । ସୁରକ୍ଷିତ ନାହାନ୍ତି ଆଇନର ରକ୍ଷକ। ମହିଳା ଡାକ୍ତରଙ୍କ ପରେ ଏବେ ମହିଳା ପୋଲିସ ହେଲେ କୁକର୍ମ ର ଶିକାର । କରୱାଚୌଥ ପାଳିବାକୁ ଶାଶୁଘର ଯିବାବେଳେ କୁକର୍ମ ର ଶିକାର । ଆଜି ଯେଉଁ ଘଟଣା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି । ଏହି ଅମାନବୀୟ ଘଟଣା ଉତ୍ତରପ୍ରଦେଶ କାନପୁର ରେ ସେନ୍ ୱେଷ୍ଟ ପାରା ପୋଲିସ୍ ଷ୍ଟେସନ ଅଞ୍ଚଳରେଦେଖିବାକୁ ମିଳିଛି ।କରୱାଚୌଥ

ଅବସରରେ ଜଣେ ମହିଳା ପୋଲିସ ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ତାଙ୍କ ସହ ଘଟିଥିଲା ନାରକୀୟ କାଣ୍ଡ । ଉତ୍ତରପ୍ରଦେଶ ମହିଳା ପୋଲିସର ହେଡ କନଷ୍ଟେବଳଙ୍କୁ ଏକ ନିର୍ଜନ ଅଞ୍ଚଳରେ କୁକର୍ମ କରିଥିଲା କୁକର୍ମକାରୀ । ପ୍ରକୃତରେ, ଅଯୋଧ୍ୟାରେ ପୋଷ୍ଟ ହୋଇଥିବା ମହିଳା ପୋଲିସ୍ ହେଡ୍ କନଷ୍ଟେବଳ ତାଙ୍କ ଶାଶୁ ଘରକୁ

Advertisement

ଶନିବାର ଅଯୋଧ୍ୟା ଠାରୁ କାନପୁର ଗାଁକୁ ଯାଉଥିଲେ। ସେତେଵେଳେ ସେ ସାଧା ପୋଷାକରେ ଥିଲେ। ଶାଶୁଘର ଗାଁରେ ପହଞ୍ଚିବା ପୂର୍ବରୁ କିଛି ଦୂରରେ ମହିଳା ଜଣକ ଏକ ନିଛାଟିଆ ରାସ୍ତା ଦେଇ ଯାଉଥିଲେ।ତା’ପରେ ସେ ଜଣେ ବାଇକ୍ ଆରୋହୀଙ୍କୁ ଦେଖିଲେ। ମହିଳା ପୋଲିସ ଜଣକ ତାଙ୍କୁ ପଚାରିଲେ, ଭାଇ, ଯଦି ତୁମେ ସେଠାକୁ ଯାଉଛ, ତୁମେ ମୋତେ ଗାଁ ଛାଡି ଦେବ କି? ଯେଉଁଥିରେ ଅଭିଯୁକ୍ତ କହିଥିଲେ ଯେ ହଁ ମୁଁ ତୁମକୁ ଛାଡିଦେବି। ଏହିପରି ମହିଳା କନଷ୍ଟେବଳ ଧର୍ମେନ୍ଦ୍ରଙ୍କ ବାଇକରେ ବସିଥିଲେ। କିଛି ଦୂର ଯିବା ପରେ ଅଭିଯୁକ୍ତ ଜଣକ ବହନା କରି ବାଇକ୍ ବୁଲାଇ ନିଛାଟିଆ ଜାଗାକୁ ନେଉଥିଲା । ଯେତେବେଳେ ମହିଳା ଜଣକ ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କଲେ, ସେ ସେଠାକୁ ଯିବାକୁ ମନା କରିଦେଲେ |କିନ୍ତୁ ଧର୍ମେନ୍ଦ୍ର ବାଧ୍ୟ କରିଥିଲା । ଏହାପରେ ମହିଳା ପୋଲିସ ଙ୍କୁ ଜୋର ଜବରଦସ୍ତ କରିବା ଆରମ୍ଭ କରିଦେଲା ।

କନଷ୍ଟେବଳ ଏହାକୁ ବିରୋଧ କରିଥିଲେ ଏବଂ ଏହି ସମୟରେ ଅଭିଯୁକ୍ତଙ୍କ ସହ ତାଙ୍କର ଧସ୍ତାଧସ୍ତିହୋଇଥିଲା । ହେଲେ ସେ ଅଭିଯୁକ୍ତଙ୍କ କବଳରୁ ନିଜକୁ ମୁକ୍ତ କରିପାରିନଥିଲେ ଏବଂ ସେ ତାଙ୍କୁ କୁକର୍ମ କରିବାରେ ସଫଳ ହୋଇଥିଲେ।

ଏସିପି ଘାଟପୁର ରଞ୍ଜିତ କୁମାର କହିଛନ୍ତି ଯେ ଅନ୍ଧକାର ହେତୁ ଅଭିଯୁକ୍ତ ହେଡ କନଷ୍ଟେବଳଙ୍କୁ କ୍ଷେତକୁ ନେଇ କୁକର୍ମ କରି ପୋଷାକ ଚିରି ଦେଇଥିଲା। ସେହି ସୈତାନ ଜଣକ ହେଉଛି ପଡୋଶୀ ଗାଁର, ଯାହାର ନାମ ଧର୍ମେନ୍ଦ୍ର ଛଦ୍ମନାମ କାଲୁ। ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଦେଇଛି ଇଛି।

ପୀଡିତା ହେଡ କନଷ୍ଟେବଳ ପୋଲିସକୁ କହିଛନ୍ତି ଯେ ଯେତେବେଳେ ଅଭିଯୁକ୍ତ ତାଙ୍କୁ କ୍ଷେତକୁ ଟାଣିବାକୁ ଚେଷ୍ଟା କଲା, ସେତେବେଳେ ସେ ତାଙ୍କୁ ପ୍ରତିଵାଦ କରିଥିଲେ । ଏହି ସମୟ ମଧ୍ୟରେ ମହିଳା ହେଡ କନଷ୍ଟେବଳ ମଧ୍ୟ ଅଭିଯୁକ୍ତଙ୍କ ଗୋଟିଏ ଆଙ୍ଗୁଠି କାମୁଡି ଦେଇଥିଲେ , ଯେଉଁଥିପାଇଁ ମହିଳା କନଷ୍ଟେବଳଙ୍କ ଦାନ୍ତ ମଧ୍ୟ ଭାଙ୍ଗି ଯାଇଛି । ଏହା ପରେ ମଧ୍ୟ ଅଭିଯୁକ୍ତ ମହିଳା ପୋଲିସଙ୍କ ପୋଷାକ ଚିରି କୁକର୍ମ କରିଥିଲା।

ସେନ୍ ପୋଲିସ୍ କହିଛି ଯେ ମହିଳା ହେଡ କନଷ୍ଟେବଳଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଅଞ୍ଚଳରେ ତୁରନ୍ତ ସର୍ଚ୍ଚ ଅପରେସନ କରାଯାଇଥିଲା । ମହିଳା କନଷ୍ଟେବଳଙ୍କ ବୟାନ ଆଧାରରେ ଅଭିଯୁକ୍ତ ଆଙ୍ଗୁଠି ରେ କାମୁଡ଼ା ଚିହ୍ନ ରୁ ସେ ଧରା ପଡିଥିଲା । ଅଭିଯୁକ୍ତ ଜଣକ ପୋଲିସ ଆଗରେ ନିଜ ଅପରାଧ ସ୍ୱୀକାର କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *