Pratidin TV

Odisha's Digital News Platform

କିଏ କରିବ ବିଚାର ? ନ୍ୟାୟ ମାଗିବାକୁ ଆସିଥିବା ପୀଡ଼ିତାଙ୍କୁ ଅସଦାଚରଣ କଲେ ବିଚାରପତି…

1 min read

କଥାରେ ଅଛି ବାଡ ଯଦି କ୍ଷେତ ଖାଏ , ତାହେଲେ କାହାକୁ କହିବ ? ସେହିପରି ନ୍ୟାୟଧୀଶ ଆସନରେ ବସି ନ୍ୟାୟ ସେହି ନ୍ୟାୟମୂତ୍ତି ସେହି ବିଚାରପତି ଯଦି କିଛି ଭୁଲ୍ କରନ୍ତି ତାହାଲେ କାହାକୁ କହିବ । କିଏ ଦେବ ନ୍ୟାୟ । ଆଜି ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଏପରି ପ୍ରଶ୍ନ ଉଙ୍କି ମାରୁଛି । କାରଣ ଜଣେ ପୀଡିତା ନ୍ୟାୟ ପାଇବା ଆଶାରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟ ବଦଳରେ ଚାମ୍ବର ଭିତରେ ଅସଦାଚରଣ କରିଛନ୍ତି ବିଚାରପତି । ଏପରି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ତ୍ରିପୁରାରେ । ତ୍ରୀପୁରା ଜଣେ ପୀଡିତାଙ୍କୁ ଚାମ୍ବର ଭିତରେ ଅସଦାଚରଣ କରିଛନ୍ତି ବିଚାରପତି । ଏହା ରାଜ୍ୟ ବିଚାର ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି ।

ଏହାର ତଦନ୍ତ ଲାଗି ତିନି ଜଣିଆ କମିଟି ଗଠିତ ହୋଇଛି । ଫେବ୍ରୁଆରି ୧୬ ତାରିଖରେ ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ଜଜ୍‌ଙ୍କୁ ଲିଖିତ ଅଭିଯୋଗରେ ମହିଳା ଜଣକ ଦର୍ଶାଇଥିଲେ ଯେ ଉକ୍ତ ଦିନ ସେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଚାମ୍ବରକୁ ତାଙ୍କର ବୟାନ ରେକର୍ଡ କରିବାକୁ ଯାଇଥିଲେ । ବୟାନ ଦେବାକୁ ଗଲାବେଳେ ବିଚାରପତି ତାଙ୍କୁ ଅସାଦଚରଣ କରିଥିଲେ । ଭୟରେ ସେ ପ୍ରକୋଷ୍ଠ ବାହାରକୁ ଚାଲି ଆସିଥିଲେ ଓ ବାହାରେ ଅପେକ୍ଷା କରିଥିବା ଓକିଲ ଓ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ପୀଡ଼ିତାଙ୍କ ସ୍ୱାମୀ କମଳାପୁର ଓକିଲ ସଂଘ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ତଦନ୍ତ କମିଟି ଅଭିଯୁକ୍ତ ବିଚାରପତିଙ୍କ ବୟାନ ରେକର୍ଡ କରିଛନ୍ତି । ତ୍ରିପୁରା ହାଇକୋର୍ଟ ରେଜିଷ୍ଟାର ଭି ପାଣ୍ଡେ କହିଛନ୍ତି ଯେ ଏନେଇ କୌଣସି ଲିଖିତ ଅଭିଯୋଗ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିନାହିଁ । ସେ ଏହା ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ଯଦି ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ ହୁଏ ତେବେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *