Pratidin TV

Odisha's Digital News Platform

ପାରାଦ୍ୱୀପ ସମୁଦ୍ର ବାଲିରେ ବିରଳ ଡ଼ଲଫିନ, ମୁହଁରେ ଗୁଡାଇ ହୋଇଥିଲା ….

1 min read

ପାରାଦ୍ଵୀପ ; ପାରାଦ୍ଵୀପ ଲାଇଟ ହାଉସ ନିକଟ ସମୁଦ୍ର କୂଳ ରୁ ଏକ ବିରଳ ପ୍ରଜାତିର ଡଲଫିନ ଛୁଆ ଉଦ୍ଧାର କରାଯାଇଛି। ଛୁଆ ଡଲଫିନ ର ଓଜନ ପାଖାପାଖି ୧୦୦ କିଲୋରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଡଲଫିନ ଟିର ମୁହଁ ଲମ୍ବା ଥିବା ବେଳେ , ତା ମୁହଁରେ ଜାଲ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଛି। ସମୁଦ୍ର ବାଲିରେ ପଡି ଛଟପଟ ହେଉଥିବା ବେଳେ ମର୍ଣ୍ଣିଙ୍ଗ ୱାକ କରିବାକୁ ଯାଇଥିବା କିଛି ଲୋକେ ଏହାକୁ ଦେଖିଥିଲେ।

ସେମାନେ ଏହାକୁ ଶୁଖିଲାରୁ ଟାଣି ଟାଣି ସମୁଦ୍ର ରେ ଛାଡିଛନ୍ତି ଏବଂ ତା ମୁହଁ ରୁ ଜାଲ କାଢି ଦେଇଥିବା ଜଣାଯାଇଛି। ଡଲଫିନ ଟି ସମୁଦ୍ର ରେ ଖେଳୁଥିବା ବେଳେ ତା ମୁହଁରେ ଜାଲ ଫସି ଯିବାରୁ ସେ ଢେଉ ମାଡରେ ଶୁଖିଲାକୁ ଚାଲିଆସିଥିବା ଅନୁମାନ କରାଯାଉଛି। କିଛି ମତ୍ସ୍ୟଜୀବୀ ସରକାରଙ୍କ ନିୟମ କୁ ଖାତିର ନ କରି ଫାସି ଜାଲ ବ୍ୟବହାର କରୁଥିବାରୁ , ଏହି ଜାଲ ଖଣ୍ଡ ଗୁଡିକ ଡଲଫିନ ବିରଳ ଅଲିଭ ରିଡଲେ କଇଁଛ ମାନଙ୍କ ପାଇଁ ବିପଦ ପାଲଟୁଥିବା ଦେଖିବାକୁ ମିଳୁଛି।

Advertisement

Leave a Reply

Your email address will not be published. Required fields are marked *