Pratidin TV

Odisha's Digital News Platform

ମତ୍ସ୍ୟଜୀବୀଙ୍କ ଜାଲରେ ଫସିଲା ବିରଳ ମାଛ, ରୂପ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ..

1 min read

ପାରାଦ୍ୱୀପ : ଗଭୀର ସମୁଦ୍ରରେ ମାଛ ଓ ମତ୍ସ୍ୟଜୀବୀ ଙ୍କ ମଧ୍ୟରେ ଚାଲିଥିଲା ପାଖାପାଖି ଦେଢ ଘଣ୍ଟାର ସଙ୍ଘର୍ଷ । ଶେଷ ଜାଲରେ ପଡିଲା ଏକ ବିରଳ ମାଛ । ଯାହାର ଓଜନ ପାଖାପାଖି ଅଢ଼େଇ କ୍ୱିଣ୍ଟାଲ ହେବ । ଏହି ବିରଳ ମାଛକୁ ଦେଖିବାକୁ ପାରାଦ୍ୱୀପ ଅଠରବାଙ୍କି ବାଲିପ୍ଲଟରେ ଲୋକଙ୍କ ଭିଡ଼ ଜମିଥିଲା । ପ୍ରତ୍ୟକ ଥର ଭଳି ଏଥର ମଧ୍ୟ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ମଧ୍ୟ୍ୟଜୀବୀ । ଆଉ ସବୁଥର ପରି ଏଥର ବି ମାଛ ଧରିଥିଲେ ହେଲେ ସେମାନଙ୍କ ଜାଲର ଏଥର କିନ୍ତୁ ପଡିଥିଲା ବିରଳ ମାଛ । ଯାହାକୁ ଧରିବାକୁ ମତ୍ସ୍ୟଜୀବୀଙ୍କୁ ପାଖା ଦେଢଘ । କସରତ କରିବାକୁ ପଡିଥିଲା । ତେବେ ଯେତେବେଳେ ସେ ମାଛକୁ ଜାଲ ବାହାର କରାଯାଇଥିଲା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସବୁ । କାରଣ ମାଛର ମୁହଁଟି ବାଦୁଡି ଭଳି ଦେଖାଯାଉଛି ଏବଂ ସାଙ୍କୁଚ ଭଳି ଛୋଟ ଲାଙ୍ଗୁଡ ମଧ୍ୟ ରହିଛି । ଏହାକୁ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଚିଲ ମାଛ କହୁଥିବା ବେଳେ କିଛି ଲୋକ ଏହାକୁ ଶଙ୍କର ଜାତୀୟ ଶାଙ୍କୁଚ ବୋଲି କହୁଛନ୍ତି ।

ଗତକାଲି ବାଲିପ୍ଲଟର ମା” ଆଶିର୍ବାଦ ନାମକ ଯନ୍ତ୍ର ଚାଳିତ ଡଙ୍ଗା ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା । ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଜାଲ ପକାଇ ଟାଣିବା ସମୟରେ ଜାଲ ସହିତ ଡଙ୍ଗା କୁ ଘୋଷାରି ନେଇଥିଲା ମାଛଟି । ଡଙ୍ଗା ରେ ଥିବା ମତ୍ସ୍ୟଜୀବୀ ମାନେ ଭୟଭୀତ ହୋଇପଡ଼ିବା ସହିତ ପାଖରେ ମାଛ ଧରୁଥିବା ଅନ୍ୟ ଡଙ୍ଗା ର ମତ୍ସ୍ୟଜୀବୀ ଙ୍କୁ ଡାକିଥିଲେ । ଗଭୀର ସମୁଦ୍ରରେ ମାଛ ଓ ମତ୍ସ୍ୟଜୀବୀ ଙ୍କ ମଧ୍ୟରେ ବେଶ୍ କିଛି ସମୟ ସଙ୍ଘର୍ଷ ପରେ ମାଛ ଡଙ୍ଗା କୁ ଆଣିବାରେ ସକ୍ଷମ ହୋଇଥିଲେ ମତ୍ସ୍ୟଜୀବୀ । ଉକ୍ତ ମାଛ କୁ ପଶ୍ଚିମବଙ୍ଗର ଦିଘା ପଠାଯାଇଥିବା ବେଳେ ମାଛର ପ୍ରକୃତ ମୂଲ୍ୟ ଜଣାପଡ଼ିନାହିଁ । ସେଠାରେ ଉକ୍ତ ମାଛ ର ନିଲାମ କରାଯିବା ପରେ ଏହାର ମୂଲ୍ୟ ଜଣାପଡିବ ।

Advertisement

Leave a Reply

Your email address will not be published. Required fields are marked *