Pratidin TV

Odisha's Digital News Platform

ରାଜନୀତି ଛାଡି ଲୋକଙ୍କ ସେବା କରିବେ ରାସେଶ୍ୱରୀ , କହିଲେ ନିଜର ସବୁ ସମ୍ପତି ଟ୍ରଷ୍ଟ କୁ କରିଦେବେ ଦାନ ।

1 min read

ବିଜେଡି ହାତ ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଲୋକପ୍ରିୟ ନେତା ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀଙ୍କ ଏଭଳି ପଦକ୍ଷେଡପ ବିଜେଡିକୁ ଶକ୍ତ ଆଘାତ୍ ଦେଇଛି । ଅନ୍ୟପଟେ କିନ୍ତୁ ପ୍ରେସମିଟ୍‌ରେ ଦଳ ଛାଡିବା ନେଇ ଖୁଲାସା କରିଛନ୍ତି ର।ସେଶ୍ୱରୀ ।

ପ୍ରେସମିଟସ୍ର ରାସେଶ୍ୱରୀ କହିଛନ୍ତି ଯେ ମୁଁ ୨୦୧୪ରୁ ୨୦୧୯ ଯାଏଁ ବିଧ।ୟିକା ଥିବାବେଳେ ଲୋକଙ୍କ ବିକାଶ ପାଇଁ କାମ କରିଛି । ଲୋକଙ୍କ ସେବାକୁ ମୁଁ ସବୁଠୁ ଅଧିକ ଗୁରୁତ୍ୱ ଦେଇଛି । ଏହି ଲୋକସେବା ଦେଖି ମୋତେ ଦଳ ସ୍ୱାଗତ କରି ୨୦୧୪ରେ ଟିକେଟ୍ ଦେଇଥିଲା । ହେଲେ ଏବେ ଦଳ ସମ୍ବଲପୁରକୁ ଅଣଦେଖା କରିଛିି । ମୁଁ ଦଳ ଛାଡି ଏଥର ନିଜେ ଲୋକମାନଙ୍କ ପାଇଁ କାମ କରିବି ।

Advertisement

ଲୋକଙ୍କ ସେବା ବିକାଶ ପାଇଁ ମୁଁଏକା ଲଢିବି କୌଣସି ଦଳର ମଧ୍ୟ ସହାର୍ଯ୍ୟ ଦରକ।ର ନ।ହିଁ । ଯେହେତୁ ସେବା ମୋର ଲକ୍ଷ୍ୟ ତେଣୁ ଦଳରେ ଥିଲି ଲୋକଙ୍କ କାମ କରୁଥିଲି । ଶେଷ ଯାଏଁ ଲୋକଙ୍କ ସେବା କରିବି । ରାଜନୀତି ମୋର ଲକ୍ଷ୍ୟ ନଥିଲା । ତେଣୁ ବିଜେଡିରୁ ଇସ୍ତଫା ଦେବା ପରେ ମୋର ଆଉ କେଉଁ ଦଳକୁ ଯିବାର ନାହିଁ । ମୋର ଯାହାବି ସମ୍ପତ୍ତି ଅଛି ସେସବୁୁ ମୁଁ ମୋ ଅନ୍ତେ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରଷ୍ଟକୁ ଦାନ କରିଦେବି ବୋଲି କହିଛନ୍ତି ରାସେଶ୍ୱରୀ ।

Leave a Reply

Your email address will not be published. Required fields are marked *