Pratidin TV

Odisha's Digital News Platform

ଆଉ ଶୁଭିବନି ରଶିଦଙ୍କ ସ୍ୱର , ୫୫ ବୟସରେ ହେଲା ପରଲୋକ…

କେବେ ତାଙ୍କର ସଙ୍ଗୀତ ଦର୍ଶକଙ୍କୁ ରୋମାଣ୍ଟିକ କରିଦିଏ , ତ ଆଉ କେତେବେଳେ ତାଙ୍କ ସଙ୍ଗୀତ ସେହି ଦର୍ଶକଙ୍କୁ ମତୁଆଲା କରିଥାଏ ।କାରଣ ସ୍ୱରର ଯାଦୁରେ ସେ ସମସ୍ତଙ୍କ ଲୋକପ୍ରିୟ ହୋଇପାରିଥିଲେ ।ହେଲେ ଆଜି ସବୁଦିନ ପାଇଁ ନିରବିଗଲା ସେହି ଚିହ୍ନା ସ୍ୱର । କାରଣ ଖ୍ୟାତନାମା ଗାୟକ ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍ ଆଉ ନାହାନ୍ତି । ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ସେ ଆଜି ହାରି ଯାଇଛନ୍ତି । କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ତେବେ ରଶିଦଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ବୁଧବାର ତାଙ୍କର ଅନ୍ତିମସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ଉତ୍ତରପ୍ରଦେଶରେ ରଶିଦ ଜନ୍ମଲାଭ କରିଥିଲେ । ସେ ତାଙ୍କ ଜେଜେବାପା ଉସ୍ତାଦ ନାସିର ହୁସୈନ ଖାନଙ୍କାଠାରୁ ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ସେ ଉସ୍ତାଦ ଗୁଲାମ ମୁସ୍ତଫା ଖାଦଙ୍କ ଭଣଜା ଥିଲେ । ୨୦୦୪ରେ ସେ ସୁବାଷ ଘାଇଙ୍କ ଚଳଚ୍ଚିତ୍ର ‘କିସ୍‌ନା’ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୦୭ରେ ଆସିଥିବା ଶାହିଦ କପୁରଙ୍କ ଚଳଚ୍ଚିତ୍ର ‘ଜବ୍ ୱି ମେଟ୍‌’ ତାଙ୍କୁ ଲୋକପ୍ରିୟ କରାଇଥିଲା । ‘ଆଓଗେ ଜବ୍ ତୁମ୍ ସାଜନା’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏହାଛଡ଼ା ସେ ‘ମାଇ ନେମ୍ ଇଜ୍ ଖାନ୍‌, ମୌସମ୍‌, ଶାଦି ମେ ଜରୁର୍ ଆନା, ହେଟ୍ ଷ୍ଟୋରୀ ୨ ଭଳି ଫିଲ୍ମରେ ନିଜ ସ୍ୱରର ଜାଦୁ ଦେଖାଇଥିଲେ ।ତାଙ୍କର ବିୟୋଗରେ ଆଜି ସାରା ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି ।

Leave a Reply

Your email address will not be published. Required fields are marked *