Pratidin TV

Odisha's Digital News Platform

ଇରଫାନ ପୂରା କଲେ ନିଜ ପ୍ରତିଶୃତି, ମଝି ପଡିଆରେ ରାସିଦ ଖାନଙ୍କ ସହ କଲେ ଡ୍ୟାନ୍ସ…

1 min read

ଭାରତରେ ଚାଲିଛି ପୁରୁଷଙ୍କଦିନିକିଆ ବିଶ୍ୱକପ୨୦୨୩ । ଗତକାଲି ଚେନ୍ନାଇ ଷ୍ଟାଡିୟମ ଖେଳାଯାଇଥିଲା ବିଶ୍ୱକପର ୨୨ତମ ମ୍ୟାଚ । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନଏବଂ ଆଫଗାନିସ୍ତାନ । ୮ୱିକେଟରେ ପାକିସ୍ତାନକୁ ହରାଇ ସମସ୍ତଙ୍କ ମ୍ୟାଚରେ ବାଜି ମାରିବା ସହ ସମସସ୍ତଙ୍କ ମନ ଜିତି ନେଇଥିଲା ଆଫଗାନିସ୍ତାନ । ଗତକାଲିର ମ୍ୟାଚ ପାଇଁ ଭାରତୀୟ ଫ୍ୟାନ୍ସଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ମଧ୍ୟ ଆଫଗାନିସ୍ତାନଦଳ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ । ତେବେ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ବୋଲର ଇରଫାନ ପଠାନ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରିବା ପରେ ଭାଙ୍ଗଡା ନାଚିବା ଆରମ୍ଭ କରିଦେଇଥିଲେ । ତେବେ ଆଫଗାନିସ୍ତାନ ଖେଳାଳି ରାସିଦ ଖାନ ପଠାନଙ୍କ ଠାରୁ ଏକ ଦାବି କରିଥିଲେ । ଯାହାପରେ ପଠାନ କହିଥିଲେ ଆଫଗାନିସ୍ତାନ ଜିତିବା ପରେ ମୁଁ ଡ୍ୟାନ୍ସ କରି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବି । ଯେତେବେଳେ ପାକିସ୍ତାନକୁ ୮ ୱିକେଟରେ ଆଫଗାନିସ୍ତାନ ହରାଇଲା ସେତେବେଳେ ଷ୍ଟାଡିୟମ ଭିତରକୁ ଆସି ଇରଫାନ ତାଙ୍କ ପ୍ରତିଶୃତି ରଖିଥିଲେ ।

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଇରଫାନ ଲେଖିଛନ୍ତି ଯେ ରାସିଦ ଖାନା ଦେଇଥିବା ପ୍ରତିଶୃତି କୁ ପୂରା କରିଛନ୍ତି ଆଉ ଏବେ ମୁଁ ଦେଇଥିବା ପ୍ରତିଶୃତିକୁ ପୂରା କରିଛି । ବହୁତ ଭଲ ଖେଳିଲା ଟିମ । ମ୍ୟାଚ ଶେଷରେ ରାସିଦଙ୍କ ସହ ଇରଫାନ ନାଚିବା ସହ ତାଙ୍କୁ କୁନ୍ଧାଇବାର ଦୃଶ୍ୟ ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *