Pratidin TV

Odisha's Digital News Platform

ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଓଡିଆ ପୁଅ ରଶ୍ମୀ ରଂଜନ ସ୍ୱାଇଁ..

1 min read

ରାଜ୍ୟ ବାହାରେ ନୂଆ ପରିଚୟ ସୃଷ୍ଟି କରୁଛନ୍ତି ଓଡିଆ ପୁଅ । ଆଜି ଓଡିଶା ପାଇଁ ଗର୍ବର ଦିନ । ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ହେଲେ ଜମ୍ମୁ-କଶ୍ମୀର ପୁଲିସ ଡିଜି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁକ୍ରବାର ଆଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି । ରଶ୍ମିରଂଜନ ହେଉଛନ୍ତି ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ । ତେବେ ସେ ନଭେମ୍ବର ୧ ତାରିଖରୁ ଜମ୍ମୁ-କଶ୍ମୀର ପୁଲିସ ଡିଜି ଭାବ ଦାୟିତ୍ୱ ତୁଲାଇବେ । ଦିଲବାଗ ସିଂ ଦୀର୍ଘ ୫ ବର୍ଷ ଧରି ଜମ୍ମୁ-କଶ୍ମୀରର ପୋଲିସ ମୁଖ୍ୟ ଦାୟିତ୍ୱରେ ରହିଥିଲେ । ଆସନ୍ତା ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

ଏଥିପାଇଁ ରଶ୍ମିରଂଜନ ଦିଲବାଗ ସିଂଙ୍କ ସ୍ଥାନ ନେବେ । ସଚ୍ଚୋଟତା ଏବଂ ନିଷ୍ଠାପରତା ପାଇଁ ବେଶ୍ ପରିଚିତ ଏହି ଆଇପିଏସ ଅଧିକାରୀ । ନୋ-ନନସେନ୍ସ ଅଫିସର ଭାବେ ପରିଚିତ ରଶ୍ମିରଞ୍ଜନ ନିଜ କର୍ତବ୍ୟ ପ୍ରତି ଦୃଢ଼ ଓ ଗଭୀର ଭାବେ ସମର୍ପିତ । ଜାତୀୟ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ନେବା ପରେ ସେ ଶ୍ରେଷ୍ଠ କ୍ୟାଡେଟ ପୋଲିସ ଅଧିକାରୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି ।

Advertisement

ଏହା ମଧ୍ୟ ପଢନ୍ତୁ- https://www.pratidintv.com/baleswar-police-catch-gold-chain-robber/

ପୂର୍ବରୁ ସେ ଅର୍ଥାତ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଶ୍ରୀନଗରର ଏସଏସପି, ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ଜମ୍ମୁର ଏସଏସପି ଭାବେ କାର୍ଯ୍ୟ କରିଥିଲେ । ସେ ଲେହ, ପୁଂଚ ଓ ରାମବାନର ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଛନ୍ତି । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ସେ ଜମ୍ମୁ-କଶ୍ମୀରର ଭିଜିଲାନ୍ସ ଡିଆଇଜି ଭାବେ ଦାୟିତ୍ୱ ତୁଲାଇଥିଲେ । ନୂଆ ଦାୟିତ୍ୱ ପାଇବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିସହ ଓଡିଶା ପାଇଁ ଏହି ଓଡିଆ ପୁଅ ଗର୍ବ ଆଣି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *